
ବଲାଙ୍ଗିର;୧୬/୦୮(ମୋର୍ ସମିୟା) ଜଣେ ପରେ ଜଣେ ଅଭିଯୁକ୍ତ କେ ଖୁଜି ଖୁଜି ଗିରଫ୍ କରୁଛେ ପୋଲିସ । ବଲାଙ୍ଗିର ପୋଲିସ ହାତେ ଏବେ ଦୁଇ ନମ୍ୱର୍ ଅଭିଯୁକ୍ତ। ଅଭିଯୁକ୍ତ ହେଲେ ସଂଜିତ୍ ବେହେରା ।ସଂଜିତ୍ ବଲାଙ୍ଗିର ସ୍ଥାନୀୟ ତୁଳସିନଗର ପଡ଼ା ର ବଲି ଜଣା ପଡ଼ିଛେ । ଇ ଘଟଣା ପଛେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରବାର ରେ ସାଥ ଦେଇଥିଲେ ସଂଜିତ୍ । ଗୁଣ୍ଡା ସାହୁ କେ କେନ୍ତା କରି ଅପହରଣ କରବେ ହୋଟେଲ ରେ ବସି କରୁଥିଲେ ପ୍ଲାନ। ଯାହା ସବୁ ସିସିଟିଭି ର କଏଦ ହେଇଛେ ।ଗୁଟେ ପରେ ଗୁଟେ ଘଟଣା ଏବେ ସାମ୍ନା କେ ଆସୁଛେ । ଜଣେ ପରେ ଜଣେ ଅଭିଯୁକ୍ତ ଏବେ ପୋଲିସ ହାତେ। ଆଗକେ ଇ ଘଟଣା ରେ ଯେତେ ଜନ୍ ସାମିଲ ଅଛନ୍ ବହୁତ୍ ଜଲଦି ଧରା ପଡ଼ବେ କହିଛନ୍ ପୋଲିସ । କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ହନୁମାନ ପଇସା ର କିଛି ପ୍ରମାଣ ନାଇ ମିଲବାର,ସେ ଦିଗେ ବି ଅଧିକା ତଦନ୍ତ କରୁଛେ ପୋଲିସ ।କିନ୍ତୁ ନରେନ୍ଦ୍ର(ଗୁଣ୍ଡା) ହନୁମାନ ପଇସା କେ ନେଇ କରି କିଛି ନାଇଥିବାର କହିଛନ୍ । ସମ୍ବଲପୁର ର ବି ଜନେକେ ଅଟକ ରଖି ପଚରା ଉଚରା କରୁଛେ ପୋଲିସ । ସ୍ଥାନୀୟ ଅଞ୍ଚଳ ର ବି କିଛି ଜନ୍ ଇଥି ସାମିଲ ଥିବାର ନେଇ ଚର୍ଚ୍ଚା ।




