ଜାଗର ଯାତ୍ରାକେ ନେଇ ଲାଞ୍ଜିଗଡ଼ ଅଞ୍ଚଳ ଉତ୍ସବ ମୁଖର୍
ଡଙ୍ଗାଯୋର ଶିବ ମନ୍ଦିରନେ ବି ଶ୍ରଦ୍ଧାଳୁଙ୍କର ଭିଡ଼

ଲାଞ୍ଜିଗଡ଼,(ମୋରସମୀୟା):ଦେବାଦି ଦେବ ମହାଦେବଙ୍କର ମହା ଶିବରାତ୍ରୀ ପ୍ରତେକ ବରଷ୍ ଫଗୁନ୍ ମାସରେ ପାଳିତ ହୋଇଥିସି।ହଜାର ହଜାର ଭକ୍ତ ମହାଦେବଙ୍କର ଆଶୀର୍ବାଦ ପାଇଁ ମନ୍ଦିର ଯାଇଥିସନ୍ ଆଉ ପୁରା ଦିନସାରା ଉପାସ ରହେବାର ସାଙ୍ଗେ ଏ ପବିତ୍ର ଦିନେ ମହାଦେବଙ୍କର ଠାନେ କ୍ଷୀର ଆଉ ବେଳ ପତର୍ ଅର୍ପଣ କରିଥିସନ୍। ହେନ୍ତା ପ୍ରତ୍ୟୋକ ବର୍ଷ ଭଲିଆ ଏବର୍ଷ ବି ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁରନେ ଥିବାର ଧବଳେଶ୍ୱର ପିଠ,ଲଙ୍ଗଳବେଡ଼ା ଶୈବପିଠ,କୁଟ୍ରୁ ପାଳିର ଗୁପ୍ତେଶ୍ୱର ପିଠ,ଭାଟଗୁଡ଼ା ନୀଳକଣ୍ଠେଶ୍ଵର ପିଠ ପ୍ରମୁଖ ମାନକେ ପ୍ରଭୁ ମହାଦେବଙ୍କର ଆଶିଷ ଲାଭ କରବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଲମ୍ବା ଲାଇନ ଦେଖିବାକେ ମିଳିଥିଲା।ଏ ଜାଗର ଯାତ୍ରାକେ ନେଇଁ ପୁରା ଲାଞ୍ଜିଗଡ଼ ଅଞ୍ଚଳନେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଠିକ ସେ ଭଲିଆ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଘାଟି ଅଞ୍ଚଳରେ ଥିବାର ଡ଼ଙ୍ଗାଜୋର,ଚଞ୍ଚରାପଡ଼ା,ଖିଲାପଦର,କନ୍ଧବୋରି,ମଟକେରା,କୁଟିଙ୍ଗପଦର,ବିଜେପୁର,ମାଳିଯୁବାଙ୍ଗ ଏନ୍ତା ସଭେ ଗାଁରେ ଏ ଜାଗର ଯାତ୍ରା ମାହାଆଡମ୍ବର ସହ ପାଳନ କରାଯାଇଥିବାର ବେଲେ ବିଭିନ୍ନ ଶୈବ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ସାଙ୍ଗେ ଅର୍ଣ୍ଣଛତ୍ରର ବ୍ୟବସ୍ଥା ଭି କରାଯାଇଥିଲା ।ଜାଗର ଯାତ୍ରା କେ କେନ୍ତା କରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ଇତାକେ ନେଇଁ କମିଟି ସଦସ୍ୟ ମାନେ ବିଶେଷ ଦୃଷ୍ଟି ଦେଇଥିଲେ ।ଲାଞ୍ଜିଗଡ଼ ବ୍ଲକର ବ୍ଲକ ମହକୁମା ବିଶ୍ୱନାଥ ପୁର ଧବଳେଶ୍ୱର ପିଠରେ ଗାଁ ଗନ୍ତିଆ ପ୍ରଦୀପ ଘଡେଇଙ୍କର ତତ୍ୱବଧାନରେ ଅନୁଷ୍ଠିତ ହେଇଥିବା ବେଲେ କମିଟିର୍ ସଦସ୍ୟ ମାନେ ଏ ଜାଗର ଯାତ୍ରାକୁ ଆଡମ୍ବର ସହିତ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ଜାଗର ରାତିନେ ସହ ସହ ଭକ୍ତଙ୍କର ସାମଗମକେ ନଜର ରଖି ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଥିଲା । ଏ ଜାଗର ଯାତ୍ରାକେ ନେଇ ଧବଳେଶ୍ୱର ପିଠ ଚଳଚଞ୍ଚଳ ହେଇ ପଡ଼ିଥିବାର ବେଲେ ମନ୍ଦିର ସାଜସଜାରେ ନିମଗ୍ନ ଥିଲେ ପରିଚାଳନା କମିଟି। ଠିକ ହେନ୍ତା ଘାଟି ଅଞ୍ଚଳରେ ଥିବା ଡ଼ଙ୍ଗାଯୋର ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ଡଙ୍ଗାଯୋର ବାମନଟିକ୍ରି ଶୈଳେଶ୍ୱର ଶୈବ ପିଠରେବି ୬ଦିନ
ଧରି ଅନୁଷ୍ଠିତ ହେବା ମହାଦେବଙ୍କର ଜାଗର ଯାତ୍ରା।ଏହି ଜାଗର ଯାତ୍ରାନେ ପ୍ରତ୍ୟୋକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନେ ଅନୁଷ୍ଠିତ ହେବାକେ ଥିବାର ବେଲେ ଲୋକକେ ବିଶେଷ ଆକର୍ଷଣ କରୁଛେ ମିନାବଜାର।ଏଥିର ପାଇଁ ଡଙ୍ଗାଯୋର ଶିବ ମନ୍ଦିର ପୂଜା କମିଟି ଜୋରସୋରରେ ପ୍ରସ୍ତୁତ ପାଇଁ ଲାଗି ପଡ଼ିଥିବାର ବେଲେ ଇନେବି ଜନସମାଗମକେ ଆଖିନେ ରଖି ଅଗ୍ନିସମ ବିଭାଗ ଓ ବିଶ୍ୱନାଥପୁର ପୋଲିସ ପ୍ରଶାସନ ତରଫନୁ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛେ ।ଏଥିନେ ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କର ପାଇଁ ମିନାବଜାର ସାଙ୍ଗେ ଛଅ ଦିନକେ ଛଅ ପ୍ରକାର ଯଥା:- ଦୁଇ ଦିନ ନାଟକ,ତିନି ଦିନ ଧରି ଡାନ୍ସ,ଲାଷ୍ଟ ଦିନେ ଷ୍ଟାର୍ ମେଲୋଡି଼ର କାର୍ଯ୍ୟକ୍ରମ ରହିଥିବାର ବେଲେ ଏ ଜାଗର ଯାତ୍ରା ଦେଖବା ପାଇଁ କଳାହାଣ୍ଡି ଜିଲ୍ଲା ସାଙ୍ଗେ ପଡ଼ୋଶୀ ଜିଲ୍ଲାର ଶ୍ରଦ୍ଧାଲୁଙ୍କର ଭିଡ଼ ବି ଦେଖିବାକେ ମିଲିଛେ ।