ଜୀବନଚର୍ଯ୍ୟାତାଜା ଖବରରାଜନୀତି
କୋଶଳ ଲାଗି ଆବାଜ୍ ଉଠାଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର ।
ପ୍ରସନ୍ନ ଙ୍କର ପରେ ଦିବ୍ୟଶଙ୍କର କଲେ ଦାବି ।

ଗଲା କାଲି ବିଧାନସଭା ର ଶୂନ୍ୟକାଳ ନେ ବିରୋଧୀ ଦଳ ନେତା ବିଧାୟକ ଦିବ୍ୟଶଙ୍କର ମିଶ୍ର ସମ୍ବଲପୁରୀ କୋଶଳୀ ଭାଷା କେ ଦ୍ଵିତୀୟ ରାଜ୍ୟ ଭାଷା ମାନ୍ୟତା ଦାବି କରିଛନ ।
କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ପ୍ରାୟ ୫ ଟା ଭାଷା କେ ମାନ୍ୟତା ଦେଇଛନ । ଦେଶରେ ଅନେକ ଭାଷା କେ ନେଇ ଚର୍ଚ୍ଚା ଚାଲିଛେ ଆର୍ ସେ ଭାଷା କେ ମାନ୍ୟତା ବି ମିଲୁଛେ । ଆସାମ, ବିହାର, ମହାରାଷ୍ଟ୍ର ରେ ଗୁଟେ ନୁ ଅଧିକା ଭାଷା କେ ରାଜ୍ୟ ଭାଷା ର ମାନ୍ୟତା ମିଲିଛେ । ଠିକ ହେନ୍ତା ଆମର ରାଜ୍ୟ ରେ ବି ୨.୫ କୋଟି ନୁ ବି ଅଧିକା ଲୋକ ସମ୍ବଲପୁରୀ କୋଶଳୀ ଭାଷା କହୁଛନ ଇ ଭାଷା କେ ବି ଦ୍ଵିତୀୟ ରାଜ୍ୟ ଭାଷା ମାନ୍ୟତା ମିଲବାର କଥା କହିଛନ ଶ୍ରୀ ମିଶ୍ର ।
ଯେହେତୁ ଇ ଭାଷା କେ ୨.୫ କୋଟି ରୁ ଅଧିକା ଲୋକ କହୁଛନ ଇ ଟା ଗୁଟେ ସର୍ବପୁରାତନ ଭାଷା ଆଉ ଇ ଭାଷା କେ ତୁରନ୍ତ ରାଜ୍ୟ ସରକାର ରାଜ୍ୟ ଭାଷା ମାନ୍ୟତା ଦେଉନ୍ ବଲି ବାଚସ୍ପତି ଙ୍କୁ ଦାବି ଜଣାଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର ।