ତାଜା ଖବର

ସୋନପୁର – ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ହରଡଖୋଲ ରେ ଦୁର୍ଘଟଣା ଗଲା ୨ ଲୋକର୍ ଜୀବନ,୮ ଜଣ ଗୁରୁତର।

ଭାରସାମ୍ୟ ହରେଇ ଲେହେଟି ଗଲା ଦୁଲଦୁଲି ଗାଡ଼ି ।

ସୋନପୁର;୨୩/୦୫(ମୋର୍ ସମିୟା)ସୋନପୁର – ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ହରଡଖୋଲ ଭାରସାମ୍ୟ ହରେଇ ଲେହେଟି ଗଲା ଦୁଲଦୁଲି ଗାଡ଼ି । ଘଟଣା ସ୍ଥଳନେ ଦୁଲଦୁଲି ଗାଡ଼ି ର ୨ ଲୋକର୍ ଜୀବନ ଯାଇଥିବାର ବେଲକେ ୮ ଜଣ ଗୁରୁତର ଅବସ୍ଥାରେ ରେ ସୋନପୁର ଡ଼ାକ୍ତରଖାନା ରେ ଭର୍ତ୍ତି ଅଛନ୍ ।ମୃତକ ହେଲେ ମଣ୍ଟୁ ଛତ୍ରିଆ ଓ ଅନ୍ୟ ଜଣେ ସୁଦାମ ସିକା । ମୃତକ ଦୁଇ ଜଣ ହେଲେ ବରଗଡ଼ ଜିଲ୍ଲା ତୁରା ଅଞ୍ଚଳ ର ବଲି ଜଣା ପଡ଼ିଛେ । ମନମୁଣ୍ଡା ନୁ ବିହାଘର୍ ସାରିକରି କଳାହାଣ୍ଡି ଫିରୁଥିବାର ସମିୟା ରେ ଘଟିଛେ ଦୁର୍ଘଟଣା । ଗାଡ଼ି ଭିତରେ ଫସି ରହିଥିବାର ବ୍ୟକ୍ତି ମାନକେ କଟର ମେସିନ ସାହାଯ୍ୟ ରେ ଉଦ୍ଧାର କରାଯାଇଛେ । ଗାଡ଼ି ରେ ମୋଟ ୨୫ ଜଣ ବାଦ୍ୟକାର ରହିଥିଲେ । ପାହାନ୍ତିଆ ୪ ବଜେ ଘଟିଛେ ଦୁର୍ଘଟଣା। ଗାଡ଼ି ନମ୍ୱର୍ ଓଡ଼ି ୧୭ ଏବି ୦୦୮୭ ବଲି ଜଣାପଡ଼ିଛେ । ଗାଡ଼ି ସାଙ୍ଗେ ସଭେ ବରଗଡ଼ ତୁରା ଅଞ୍ଚଳ ର ବଲି ଜଣାପଡ଼ିଛେ ।

ଖବର ପାଇକରି ଅଗ୍ନିଶମ ବାହିନୀ ଓ ସୋନପୁର ପୋଲିସ ପହଞ୍ଚିକରି ଲୋକଙ୍କୁ ଉଦ୍ଧାର କରବାର ସାଙ୍ଗେ ଘଟଣା ର ତଦନ୍ତ କରୁଛନ୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!