ହିତାଧିକାରୀ ଙ୍କର୍ ଲାଗି ମରଣଜନ୍ତା ପାଲଟିଛେ ବ୍ୟାଙ୍କ୍ ର ଉପର୍ ମହଲା କୁଠା ।
ହଇରାଣ ହେଉଛନ୍ ବୃଦ୍ଧବୃଦ୍ଧା ଆଉ ଭିନ୍ନକ୍ଷମ ।

ଲାଞ୍ଜିଗଡ;୨୪/୦୬(ମୋର୍ ସମିୟା)କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ଲାଞ୍ଜିଗଡ଼ ବ୍ଳକର ଲାଞ୍ଜିଗଡ଼ ଠାନେ ଥିବାର୍ ଭାରତୀୟ ଷ୍ଟେଟବ୍ୟାଙ୍କଟେ ହିତାଧିକାରୀଙ୍କର୍ ପାଇଁ ମରଣଜନ୍ତା ପାଲଟିଛେ କହେଲେ ଚଲେ।ଉପର ମହଲା କୋଠାରେ ବ୍ୟାଙ୍କଟେ ରହି ଲୋକକେ ସେବା ଯୋଗାଉଥିବାର୍ ବେଲେ ଲିଫ୍ଟ ନାହିଁ କି ହୁଇଲଚେୟାର ଯିବାକେ ରାସ୍ତା ବି ନାହିଁ।କେବଲ ପାହଚ ଭରସାରେ ବିପଦ ପୂର୍ଣ୍ଣ ଭାବେ ଭତ୍ତା ପାଇଁ ଯାଉଥିବାର୍ ବୁଢ଼ା ବୁଢ଼ୀ ଆଉ ଭିନ୍ନକ୍ଷମ ଯିବା ଆସବା କରୁଥିବାର୍ ବେଲେ ସେମାନଙ୍କର୍ ପାଇଁ ଏଟା ମରଣଜନ୍ତା ପାଲଟିଛେ।ସୂଚନା ହିସାବଥି ବ୍ଳକରେ ୨୬ଟା ପଞ୍ଚାୟତରେ ୧ ଲକ୍ଷରୁ ଅଏଧକା ଜନସଂଖ୍ୟା ରହିଥିବାର୍ ବେଲେ ଅଞ୍ଚଳରେ ଲୋକ ମାନକୁ ବ୍ୟାଙ୍କସେବା ଯୋଗେଇବା ପାଇଁ ଲାଞ୍ଜିଗଡ଼,ବିଶ୍ୱନାଥପୁର,ମୂଷାନାଳଆଉ ବେନଗାଁ ଠାରେ ୪ଟା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ରହିଛେ।ଏଇ ବ୍ୟାଙ୍କ ମାନଙ୍କର୍ ଭିତରୁ ଲାଞ୍ଜିଗଡ଼ ଷ୍ଟେଟ ବ୍ୟାଙ୍କ ଅଲଗ ଆଏ।ଏଇ ଭାରତୀୟ ଷ୍ଟେଟ ବ୍ୟାଙ୍କଟେ ୨୦୦୪ ମସିହାରେ ଲାଞ୍ଜିଗଡ଼ ସହର ଠାରୁ ଅଢେଇ କି.ମି ଦୂରେ ଲାଞ୍ଜିଗଡ଼ରୁ ମୁନିଗୁଡ଼ାକେ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବୁଣ୍ଡେଲ୍ ଗାଁ ଛକ ପାଖେ ରହିଛେ।ବର୍ତ୍ତମାନ ଏଇ ବ୍ୟାଙ୍କ ଉପରେ ଲାଞ୍ଜିଗଡ଼ ଅଞ୍ଚଲର ୧୦ ଟା ପଞ୍ଚାୟତର ୨୮୦ ଗାଁର ସରକାରୀ,ବେସରକାରୀ,ହିତାଧିକାରୀ ଭିନ୍ନକ୍ଷମ ବୃଦ୍ଧ,ବୃଦ୍ଧା,ମହିଳା, ପୁରୁଷ,ଛାତ୍ରଛାତ୍ରୀ ଆଉ ସୀମାନ୍ତ ରାୟଗଡ଼ା ଜିଲ୍ଲାର ଲୋକେ ମାନେ ବି ନିର୍ଭର କରିଥିସନ୍।ଏଇ ବ୍ୟାଙ୍କରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଲୋକଙ୍କର୍ ବ୍ୟାଙ୍କ ଆକାଉଣ୍ଟ ରହିଥିବାର୍ ବେଲେ ହିତାଧିକାରୀଙ୍କର୍ ଭତ୍ତା,ଭିନ୍ ଭିନ୍ ଉନ୍ନୟନମୂଳକ କାମ୍ ର ପ୍ରାପ୍ୟ ଶ୍ରମିକ ଆଉ ଉପଭୋକ୍ତାଙ୍କର୍ ବ୍ୟାଙ୍କ ଆକାଉଣ୍ଟକେ ସିଧାସଲଖ ପ୍ରଦାନ କରୁଛନ୍।ହେଲେ ଏଇ ଷ୍ଟେଟ ବ୍ୟାଙ୍କ ଉପର ମହଲା କୋଠାରେ ରହିଥିବାର୍ ବେଲେ ଲିଫ୍ଟ ନାଇଁ କି ହୁଇଲଚେୟାର ଯିବାକେ ରାସ୍ତା ବି ନାହିଁ। କେବଲ ପାହାଚ ଭରସା ରହିଛେ।ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ ତଲକେ ଆସି ୧୦ରୁ ୧୫ ଜଣ ଭିନ୍ନକ୍ଷମ ଆଉ ବୁଢ଼ା ବୁଢ଼ୀ ମାନକେ ସେବା ଯୋଗାଉ ଥିଲେ ବି ବ୍ୟାଙ୍କରେ ସଦାସର୍ବଦା ଭିଡ଼ ଯୋଗୁଁ ସବୁବେଳେ ସମ୍ଭବ ହେଇନାଇଁ ପାରୁଛେ।ଯାହା ଫଲରେ କି ବିପଦ ପୂର୍ଣ୍ଣ ଭାବେ ଭତ୍ତା ପାଇଁ ଯାଉଥିବା ବୁଢ଼ା ବୁଢ଼ୀ ଆଉ ଭିନ୍ନକ୍ଷମ ମାନେ ଉପର ମହଲାକେ ଯିବା ଆସବା କରୁଥିବା ବେଲେ ସେମାନଙ୍କର୍ ପାଇଁ ଏଟା ମରଣଜନ୍ତା ପାଲଟିଛେ।ଅନ୍ୟ ଆଡ଼େ ଲାଞ୍ଜିଗଡ଼ ଠାନୁ ଅଢେଇ କିମି ଦୂରେ ବ୍ୟାଙ୍କ ରହିଥିବାର୍ ବେଲେ ସେଇ ରାସ୍ତା ସୀମାନ୍ତ ରାୟଗଡ଼ା ଜିଲ୍ଲାକେ ସଂଯୋଗ କରୁଥିବାର୍ ଯୋଗୁଁ ହଜାର ହଜାର ଭାରିଯାନ୍ ଚଲପ୍ରଚଲ ଆଉ ରାସ୍ତା ଅଣଉସାରିଆ ଯୋଗୁଁ ଟ୍ରାଫିକ୍ ଜାମ୍ ରହୁଛେ।ସେଇ ରାସ୍ତା ଦେଇ ନିଜର୍ ଭତ୍ତା ପାଇଁ ବ୍ୟାଙ୍କକେ ଯାଉଥିବା ବୁଢ଼ା ବୁଢ଼ୀ ଆଉ ଭିନ୍ନକ୍ଷମଙ୍କର୍ ଉପରେ ସଦାସର୍ବଦା ବିପଦ ଝୁଲିକରି ରହୁଥିବା ପ୍ରକାଶ କରିଛନ୍।ବ୍ଲକର ଏଇ ଚାରଟା ବ୍ୟାଙ୍କ ଭିତରୁ ତିନଟା ବ୍ୟାଙ୍କ ବିଶ୍ୱନାଥପୁର,ମୂଷାନାଳ,ବେନଗାଁ ତଲ ମହଲାନେ ରହି ଲୋକମାନକେ ସେବା ଯୋଗାଉଥିବା ବେଲେ କେବଲ ଲାଞ୍ଜିଗଡ଼ ଷ୍ଟେଟ ବ୍ୟାଙ୍କ ଉପର ମହଲା କୋଠାରେ ରହିଛେ।ଯେନଟାକି ବିପଦ ପୂର୍ଣ୍ଣ ଭାବେ ପାହାଚ ଚଡ଼ି ଯିବାକୁ ପଡୁଛେ।ଇହାଦେ ଏଇ ଭାରତୀୟ ଷ୍ଟେଟ ବ୍ୟାଙ୍କକେ ଲାଞ୍ଜିଗଡ଼ ସ୍ଥାନାନ୍ତରିତ କରବା ସାଙ୍ଗେ ତଲ ମହଲାନେ ଆରମ୍ଭ କଲେ ଲୋକେ ଉତ୍ତମ୍ ବ୍ୟାଙ୍କ ସେବା ପାଇପାରବେ ବୋଲି ଅଞ୍ଚଲବାସୀ ଦାବି କରୁଛନ୍।
ଖାଲି ପାହାଚ ଭରସା,ଲିଫ୍ଟ ନାଇ କି ହୁଇଲଚେୟାର ଯିବାକେ ରାସ୍ତା ନାଇ ।




