ବରଗଡ଼ ଜମୁର୍ଡା ଓଭର୍ ବ୍ରିଜ ତଲେ ପଡ଼ିଛେ ଜଣେ ଭେଣ୍ଡିଆ ପିଲା ର ରକତ ସରସର୍ ମଲା ଦିହି।
ଫେର ଘେ ଅଶାନ୍ତ ବରଗଡ଼ ସହର ।

ବରଗଡ଼;୧୪/୧୦(ମୋର୍ ସମିୟା) ଫେର ଥରେ ଅଶାନ୍ତ ହେଇପଡ଼ିଛେ ବରଗଡ଼ ସହର । ଆଜି ସକାଳୁ ପାଏନଛତର ନୁ ଜମୁର୍ଡା ଯିବାର ରାସ୍ତା ରେ ଓଭର ବ୍ରିଜ ତଲେ ପଡ଼ିଛେ ଜଣେ ଭେଣ୍ଡିଆ ପିଲା ର ରକତ ସରସର୍ ମଲା ଦିହି। ମୃତକ ହେଲେ ଜମୁର୍ଡା ଟାଙ୍ଗରପଡ଼ା ର ଭୀମସେନ ବିଶ୍ଵାଳ । ଭୀମସେନ ଙ୍କର ଦିହେ ବହୁତ୍ କ୍ଷତ ଚିହ୍ନା ଥିବାର ଦେଖବାର କେ ମିଲିଛେ । ଆଜି ସକାଲୁ ସକାଲୁ ରାସ୍ତା ରେ ଲୋକ ଯିବାର ସମିୟା ରେ ମଝାରୁଡେ ମଲା ଦିହି ଦେଖି ପୋଲିସ କେ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଗଲା ଦୁଇ ଦିନ ଆଗରୁ ଅତାବିରା ଅଞ୍ଚଳ ରେ ବି ହେଇଥିଲା ଗୁଟେ ଜଘନ୍ୟ ହତ୍ୟାକାଣ୍ଡ। ଆର୍ ଆଜି ବରଗଡ଼ ଅଞ୍ଚଳ ରେ ଫେର ଗୁଟେ ହତ୍ୟାକାଣ୍ଡ । ପରିବାର ଲୋକ ଆନଲେ ହତ୍ୟା ଅଭିଯୋଗ ।ଦିନୁ ଦିନକେ ଅଶାନ୍ତ ହେବାର ରେ ଲାଗିଛେ ଶାନ୍ତ ବରଗଡ଼ ସହର । ଦିନର ଦ୍ୱିପହର ରେ ବେଧଡକ ନିଶା କାରବାର ହେଉଥିବାର ନୁ ଏନ୍ତା ଘଟଣା ଦେଖବାର କେ ମିଲୁଛେ କହୁଛନ ବରଗଡ଼ ବାସି । ଦିନୁ ଦିନକେ ନିଶା କାରବାର ଆର୍ ହତ୍ୟାକାଣ୍ଡ ବଢ଼ି ଚାଲିଥିଲେ ବି ପୋଲିସ ର ହାତ ଖାଲି ।
ଘଟଣା ସ୍ଥଳରେ ରେ ପୋଲିସ ପହଞ୍ଚି ଆରମ୍ଭ କରିଛେ ତଦନ୍ତ ।