ଅପରାଧତାଜା ଖବର

ବଲାଙ୍ଗିର ସରକାରୀ କଲେଜ ଭିତରେ ଅଣଛାତ୍ର ଙ୍କର ଆକ୍ରମଣ ରେ କଲେଜ ଛାତ୍ର ଗୁରୁତର ।

ଚାଲିଥିଲା ବାର୍ଷିକ ଉତ୍ସବ, ପାଲଟିଗଲା ରଣକ୍ଷେତ୍ର ।

ବଲାଙ୍ଗିର;୦୭/୦୨(ମୋର୍ ସମିୟା) ବଲାଙ୍ଗିର ସରକାରୀ କଲେଜ ଭିତରକେ ଢୁକି କରି ଅଣଛାତ୍ର ଙ୍କର ଆକ୍ରମଣ ରେ ଦୁଇ କଲେଜ ଛାତ୍ର ଗୁରୁତର । କଲେଜ୍ ରେ ବାର୍ଷିକ ଉତ୍ସବ ଚାଲିଥିବାର ସମିୟା ରେ ହେଇଥିଲା ଗଣ୍ଡଗୋଳ । କଲେଜ୍ ବାହାରିଆ ପିଲା ଆସି କଲେଜ୍ ପିଲା କେ କରିଥିଲେ ଆକ୍ରମଣ । ଆକ୍ରମଣ ରେ ଦୁଇ ଜଣ ପିଲା ହେଇଥିଲେ ଗୁରୁତର ।ଜଣେ କର ମୁଡ଼ ଫାଟି ଯାଇଥିବାର ସୂଚନା । ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଇଁନ୍ତଳା ପୋଲିସ ପହଞ୍ଚି ମୁଲ କରିଛେ ତଦନ୍ତ । ଆକ୍ରମଣ କରିଥିବାର ଦୁଇ ଜଣ କେ ଥାନା କେ ଡାକି ଅଟକ ରଖି ପଚରାଉଚରା କରୁଛେ ପୋଲିସ । କଲେଜ୍ ଅଧ୍ୟାପକ, ଅଧ୍ୟାପିକା ଙ୍କର କହିବାର ହିସାବରେ କଲେଜ୍ ରେ ବାଡ଼ା ନାଇ ଥିବାର ନୁ ଅଣଛାତ୍ର ଙ୍କର ପ୍ରବେଶ ହଉଛେ । ବହାରିଆ ଲୋକ ଆସି କଲେଜ୍ ଭିତରେ ମଦ୍ୟପାନ ବି କରୁଛନ। ଜେନଥିର ଲାଗି ନିଜକେ ଅସୁରକ୍ଷିତ ଅନୁଭବ କରୁଛନ କଲେଜ୍ କତୃପକ୍ଷ ଆର୍ ଛାତ୍ର ଛାତ୍ରୀ । ବାରମ୍ବାର କଲେଜ୍ ର ସୁରକ୍ଷା ଲାଗି କଲେଜ୍ ବାଡ଼ା ର ବ୍ୟବସ୍ଥା କରବାର ଲାଗି କହେଲେ ବି ନାଇ ସୁନବାର ଉପରିସ୍ଥ ଅଧିକାରୀ ବଲି ଅଭିଯୋଗ କରିଛନ ପ୍ରିନ୍ସିପାଲ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!