ତାଜା ଖବର

ଶିଳ୍ପ ଶୂନ୍ୟ ହେଇଯିବା ବରଗଡ଼ ସହର,ବନ୍ଦ୍ ହେଇଯିବା ସିମେଣ୍ଟ କାରଖାନା।

ଚିନ୍ତା ରେ କାର୍ଯ୍ୟରତ ଶ୍ରମିକ।

ବରଗଡ଼;୨୨/୦୬ (ମୋର୍ ସମିୟା) ଶିଳ୍ପହିନ୍ ସହର ହେବାର୍ କେ ଯାଉଛେ ବରଗଡ଼ ସହର୍। ଚିନି କଲ୍, ସୂତା କଲ୍, ସାର୍ କାରଖାନା, ପାୱାର ହ୍ୟାଣ୍ଡଲୁମ୍ ବନ୍ଦ ହେଲା ପରେ ଏଛିନ୍ ପାଲି ପଡ଼ିଛେ ବରଗଡ଼ ର ବହୁତ୍ ପୁରାତନ୍ ସିମେଷ୍ଟ କାରଖାନା ର। ଆଏବାର୍ ଅଗଷ୍ଟ ୧୯,୨୦୨୬ ନୁ ସିମେଣ୍ଟ କାରଖାନା (ACC Limited) ପୁରା ବନ୍ଦ୍ ହେଇଯିବା ବଲି ସୂଚନା ମିଲିଛେ । କାରଖାନା କତୃପକ୍ଷ ଙ୍କର ଆଡୁ ବନ୍ଦ୍ ଲାଗି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଳାୟ କେ ଚିଠି ଲେଖା ସରିଛେ । ସିମେଣ୍ଟ ବନାବାର୍ ଲାଗି ବ୍ୟବହାର ହଉଥିବାର୍ କଞ୍ଚାମାଲ୍ ଚୂନପଥର ସ୍ଥାନୀୟ ଖଣି ଭଣ୍ଡାର ରେ ଏଛିନ୍ ସରିଯାଇଛେ,ବାହାରୁ ମାଗବାର୍ ଲାଗି କାରାଖାନା ର ଖର୍ଚ୍ଚ ଅଧିକା ବଢ଼ି ଯାଇଛେ । କାରଖାନା ବହୁତ୍ ପୁରୁଣା ହେଇଥିବାର୍ ନୁ ତାର୍ ଦେଖାରେଖା କରବାର ଆର୍ ବ୍ୟବସାୟ ଆଡୁ ଲାଭ୍ ନାଇ ହେବାର୍ ବଲି କାରାଖାନା କର୍ତ୍ତୃପକ୍ଷ କହିଛନ୍। ଆଏବାର ଅଗଷ୍ଟ ୧୯ ନୁ କାରଖାନା ପୁରା ଠପ୍ ହେବାର କେ ଯାଉଥିବାର ନୁ ସେନ କାମ୍ କରୁଥିବାର ଶ୍ରମିକ ଆର୍ ଠିକା କର୍ମଚାରୀ ଙ୍କର୍ ଉପରେ ବହୁତ୍ ବଡ଼ ପ୍ରଭାବ ପଡ଼ବାର କେ ଯାଉଛେ । ଦିନେ ଶିଳ୍ପନଗରୀ ରେ ଭରପୁର୍ ଥିବାର ବରଗଡ଼ ସହର୍ ଆଏଜ୍ ଶିଳ୍ପହିନ ସହର ହେବାର କେ ଯାଉଛେ ।ଗୁଟେ ପରେ ଗୁଟେ କାରଖାନା ବନ୍ଦ୍ ହେଇ ଚାଲୁଥିବାର ନୁ ସ୍ଥାନିୟ ଅଞ୍ଚଳ ରେ ଜନ ଅସନ୍ତୋଷ ଦେଖବାର୍ କେ ମିଲୁଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!