
ବଲାଙ୍ଗିର;୦୨/୦୮(ମୋର୍ ସମିୟା) ଅପରାଧୀ କେ ଧରବାର କେ ଯାଇକରି ଆକ୍ରମଣ ର ଶିକାର ହେଲା କଣ୍ଟାବାଞ୍ଜି ପୋଲିସ । ପୋଲିସ କେ ଆକ୍ରମଣ କରବାର ସାଙ୍ଗେ ପୋଲିସ ଗାଡ଼ି କେ ଭଙ୍ଗାରୁଜା । କଣ୍ଟାବାଞ୍ଜି ସହର ର ଗୋରୁବଜାର ପଡ଼ା ରେ ଘଟିଛେ ଇ ଘଟଣା । ଗଲା କାଲି ଗୁଟେ ଗ୍ୟାରେଜ ରେ ଝଗଡ଼ା ହେଇଥିଲା । ପୋଲିସ ସେ ଘଟଣା ର ତଦନ୍ତ କରି ଅପରାଧୀ କେ ଧରବାର କେ ଯିବାର ଲାଗି ପହଞ୍ଚିଥିଲା ପୋଲିସ ର ୬ ଜଣିଆ ଟିମ୍ । କିନ୍ତୁ ସେ ଜାଗା ରେ ପାଖାପାଖି ୧୫ ଜଣ ମିଶି ପୋଲିସ କେ ଆକ୍ରମଣ କରିଥିଲେ । ଆକ୍ରମଣ ରେ ଜଣେ ପୋଲିସ କର୍ମଚାରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ ଭର୍ତ୍ତି ହେଇଛନ। ଇ ଘଟଣା ରେ ଦୁଇ ଜଣ କେ କଣ୍ଟାବାଞ୍ଜି ପୋଲିସ ଅଟକ ରଖିଛେ । ଭିନଭିନ ଜାଗା ର ସିସିଟିଭି ଯାଞ୍ଚ କରି ପୋଲିସ ମୁଲ କରିଛେ ତଦନ୍ତ ।



