
ବଲାଙ୍ଗିର;୦୬/୧୦ (ମୋର୍ ସମିୟା) ବଲାଙ୍ଗିର – ସମ୍ବଲପୁର ଏନଏଚ ୨୬ ଛୁଇବନ୍ଧ ପାଖେ ଘଟିଛେ ବଡ଼ ସଡ଼କ ଦୁର୍ଘଟଣା। ଟ୍ରକ୍ ର ପଛାଡୁ ପିକଅପ୍ ଧକ୍କା ଦେବାର ନୁ ପିକଅପ୍ ରେ ବସି ଥିବାର ଦୁଇ ଜନ୍ ଙ୍କର ଘଟଣା ଜାଗା ରେ ହିଁ ଜୀବନ ଯାଇଛେ। ଖବର ପାଇ ଘଟଣା ସ୍ଥଳରେ ପୁଇଁନ୍ତଲା ପୋଲିସ ପହଞ୍ଚିକରି ମଲା ଦେହେ ଉଦ୍ଧାର କରବାର ସାଙ୍ଗେ ଘଟଣା ର ତଦନ୍ତ ମୁଲ କରିଛେ । ଟ୍ରକ୍ ଚାଳକ କେ ଅଟକ ରଖି ପଚରା ଉଚରା କରୁଛେ ପୋଲିସ ।




