
ବଲାଙ୍ଗିର;୦୮/୧୦ (ମୋର୍ ସମିୟା) ଆଜି ଓଡ଼ିଶା ବନ୍ଦ୍ ଡାକରା ଦେଇଛି କଂଗ୍ରେସ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ପିଲା ଙ୍କର ବହି ରେ ତ୍ରୁଟି ସମସ୍ୟା ଓ ଗଣଶିକ୍ଷା ମନ୍ତ୍ରୀ ଙ୍କର ଇସ୍ତଫା ଦାବି ରେ କଂଗ୍ରେସ ର ବନ୍ଦ୍ ଡାକରା । ବସ୍,ଟ୍ରକ୍, ଅଟୋ ଚଳାଚଳ କେ ବନ୍ଦ୍ ରେ ବନ୍ଦ୍ ରଖି ସଫଳ କରବାର କେ ଅନୁରୋଧ କରିଛେ କଂଗ୍ରେସ। କିନ୍ତୁ ଆଜି ବସ ଚଳାଚଳ ବନ୍ଦ ନାଇ ହୁଏ କହିଛନ୍ ବସ ମାଲିକ ସଂଘ ର ସଭାପତି। ବସ୍ ଗୁଟେ ଜରୁରୀ ସେବା ସେଥିର ଲାଗି ଆମେ ସାମିଲ ନାଇ ରହୁ କହିଛନ ସଭାପତି । କିନ୍ତୁ ଅଟୋ ଚାଳକ ଆଡୁ ବନ୍ଦ୍ କେ ସମର୍ଥନ କରା ଯାଇଛେ। ଦୋକାନ,ବଜାର,ସ୍କୁଲ,କଲେଜ ଆଦି ବନ୍ଦ୍ ରହିବା ସୂଚନା । ଖାଲି ଜରୁରୀ କାଳୀନ ସେବା କେ ଛାଡ଼ି ବାକି ସବୁ ବନ୍ଦ ଲାଗି ଅପିଲ। କିନ୍ତୁ ଜେନ ସ୍କୁଲ,କଲେଜ ରେ ପରୀକ୍ଷା ଚାଲୁଛେ ସେମାନକେ ନାଇ ଅଟକନ ଆନ୍ଦୋଳନକାରୀ। କାଲି ରେଳ ଚଳାଚଳ ବି ବନ୍ଦ କରବାର କେ କଂଗ୍ରେସ ର ଘୋଷଣା । କାଲି ବନ୍ଦ୍ ଲାଗି ପୋଲିସ ପ୍ରସାଶନ ତରଫରୁ ସୁରକ୍ଷା ବ୍ୟବସ୍ଥା କେ କଡ଼ାକଡ଼ି କରା ଯାଇଛେ ।



