
କଣ୍ଟାବାଞ୍ଜି;୧୭/୧୦ (ମୋର୍ ସମିୟା) ସୁରଟ ନୁ ବ୍ରହ୍ମପୁର ଫିରୁଥିବାର ବେଲକେ କଣ୍ଟାବାଞ୍ଜି ଷ୍ଟେସନ୍ ରେ ଜଣେ ଦାଦନ ଶ୍ରମିକ ଙ୍କର ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା କୀର୍ତ୍ତିପୁର ଗାଁର ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ। ସେ ସୁରଟ ର ଗୁଟେ ସୂତାକଲ ରେ କାମ କରୁଥିଲେ । ତାଙ୍କର ଦିହି ପାହା ସେନ ଖରାପ ହେବାର ନୁ ଛୁଟି ନେଇ ଘର୍ କେ ଫିରୁଥିଲେ। ଗଲା କାଲି ରାତି ପ୍ରାୟ ୩ ବଯେ ଟ୍ରେନ୍ କଣ୍ଟାବାଞ୍ଜି ପହଞ୍ଚିବାର ପରେ ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ଗୁରୁତର ହେଇଥିଲା । ଡାକ୍ତର ଙ୍କର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମଲା ଦେହେ କେ ଜବତ୍ କରି ଶବ ବ୍ୟବଛେଦ ଲାଗି କଣ୍ଟାବାଞ୍ଜି ଡାକ୍ତରଖାନା କେ ପଠେଇ ଦେଇଥିଲେ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ରେଳୱେ ପୋଲିସ ର ତଦନ୍ତ ଆରମ୍ଭ।



