ଆଜି ବଲାଙ୍ଗିର ଦିନ୍ ଗୌରବମୟ ଇତିହାସ କେ ସୋର ପକାବାର ଦିନ୍।

ବଲାଙ୍ଗିର;୦୧/୧୧(ମୋର୍ ସମିୟା) ପଶ୍ଚିମ ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି ଆର୍ ସ୍ୱାଭିମାନର ପ୍ରତୀକ ବଲାଙ୍ଗିର ଆଏଜ୍ ପାଲନ କରୁଛେ ନିଜର ପ୍ରତିଷ୍ଠା ଦିବସ। ୧୯୪୯ ମସିହା ନଭେମ୍ବର ୧ ତାରିଖରେ ବଲାଙ୍ଗିର ଗୁଟେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା। ସୋନପୁର ଆର୍ ବଲାଙ୍ଗିର କେ ନେଇ ରାଜା ବଳରାମ ଦେଓ ଙ୍କର ନାଁ ରେ ଗଠନ ହେଇଥିଲା ବଲାଙ୍ଗିର ଜିଲ୍ଲା। ୧୯୯୩ ରେ ଫେର୍ ସୋନପୁର ଅଲଗା ହେଇ ଅଲଗା ଜିଲ୍ଲା ଗଠନ ହେଲା । ଇ ଐତିହାସିକ ଦିନ୍ କେ ସବୁ ବଛର ‘ବଲାଙ୍ଗିର ଦିନ୍’ ଭାବେ ପାଳନ କରାହେସି। ଇ ବଛର୍ ଜିଲ୍ଲା ଗଠନର ୭୭ତମ ବଛର୍ ପୂର୍ତ୍ତି ଅବସରରେ ନିଜ ମାଟିର ଗୌରବମୟ ଇତିହାସକେ ସ୍ମରଣ କରବାର ସାଙ୍ଗେ ଆଗାମୀ ଦିନରେ ଗୁଟେ ସମୃଦ୍ଧ ବଲାଙ୍ଗିର ଗଠନର ସଂକଳ୍ପ ନେବାର ସମିୟା ।
ଇତିହାସର ପୃଷ୍ଠାରେ ବଲାଙ୍ଗିର;
ବଲାଙ୍ଗିର ର ଇତିହାସ ବହୁତ୍ ପ୍ରାଚୀନ ଆର୍ ଗୌରବମୟ। ଚୌହାନ ଶାସନ ସମିୟା ରେ ପାଟଣା ରାଜ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ରାଜ୍ୟ ଭାବେ ପରିଚିତ ଥିଲା। ରାଜା ବଳରାମ ଦେଓଙ୍କର ସାଙ୍ଗେ ବଲାଙ୍ଗିର ସହର ଇତିହାସ ଜଡ଼ିତ। ଷୋଡ଼ଶ ଶତାବ୍ଦୀରେ ଇ ଅଞ୍ଚଳର ଗୁରୁତ୍ୱ ବୃଦ୍ଧି ପାଇଥିଲା। ପରବର୍ତ୍ତୀ ସମିୟା ରେ ଦେଶୀୟ ରାଜ୍ୟ ସାଙ୍ଗେ ମିଶି ଆର୍ ପ୍ରଶାସନିକ ପୁନର୍ଗଠନ ଭିତରେ ୧୯୪୯ ନଭେମ୍ବର ୧ରେ ବଲାଙ୍ଗିର ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା।
କଳା ଓ ସଂସ୍କୃତିର ଅନନ୍ୟ ପରିଚୟ;
ବଲାଙ୍ଗିର ଗୁଟେ ଖାଲି ଭୌଗୋଳିକ ଅଞ୍ଚଳ ନାଇସେ ଇଟା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ର ମହତ୍ତ୍ୱପୂର୍ଣ୍ଣ ପରିଚୟ। ନୂଆଁଖାଇ ତିହାର, ସମ୍ବଲପୁରୀ-କୋଶଳୀ ଭାଷା, ଲୋକନୃତ୍ୟ, ଲୋକଗୀତ, ପାରମ୍ପରିକ ବାଦ୍ୟଯନ୍ତ୍ର (ଢ଼ୋଲ,ନିଶାନ,ତାସା,ଢୁଡ଼କା), ହସ୍ତତନ୍ତ ଆର୍ ଲୋକକଳା ଇ ମାଟିର ସ୍ୱତନ୍ତ୍ରତାକେ ପ୍ରତିପାଦିତ କରସି। ହରିଶଙ୍କର, ରାଣୀପୁର-ଝରିଆଲ,ପେଲେସ, ପାଟଣେଶ୍ୱରୀ ମନ୍ଦିର ଓ ସମଲେଶ୍ୱରୀ ମନ୍ଦିର ଭଲିଆ ଐତିହାସିକ ଓ ଧାର୍ମିକ ସ୍ଥଳ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଉଜ୍ଜ୍ୱଳ କରୁଛେ। ପଶ୍ଚିମ ଓଡ଼ିଶା ସବୁ ନୁ ପୁରନା କଲେଜ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ର ମାନ୍ୟତା ପାଇବାର ସାଙ୍ଗେ ଇ କଲେଜ ନୁ ପାଠ ପଢ଼ିକରି ଦେଶ ବିଦେଶ ରେ ନାଁ କରିଛନ ଛାତ୍ରଛାତ୍ରୀ । ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ବି ଗୁଟେ ରାଏଜର ନାଁ କରା କଲେଜ ।
ବିକାଶର ସମ୍ଭାବନା ଓ ଆହ୍ୱାନ;
ପ୍ରାକୃତିକ ସମ୍ପଦ, କୃଷି, ହସ୍ତତନ୍ତ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବଲାଙ୍ଗିରର ଅନେକ ସମ୍ଭାବନା ରହିଛେ। ହେଲେବି ନିଯୁକ୍ତି ସୁଯୋଗର ଅଭାବ, ଦାଦନ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି, ଗ୍ରାମାଞ୍ଚଳର ମୌଳିକ ସୁବିଧା ଆର୍ ଚାଷୀ ସମସ୍ୟା ଏନ୍ତା ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକ। ଯୁବପିଢ଼ି ଲାଗି ସ୍ଥାନୀୟ ସ୍ତରରେ ରୋଜଗାର ସୃଷ୍ଟି, ଶିଳ୍ପର ବିକାଶ ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ହେଲେ ଜିଲ୍ଲାର ଆର୍ଥିକ ପ୍ରଗତି ଅଧିକ ତ୍ୱରାନ୍ୱିତ ହୋଇପାରବା।
ନୂଆ ସଂକଳ୍ପ, ନୂଆ ବଲାଙ୍ଗିର;
ବଲାଙ୍ଗିର ଦିନ୍ ଖାଲି ଉତ୍ସବ ପାଳନର ଦିନ ନୁହେଁ; ଇଟା ନିଜର ମାଟି, ନିଜର ଭାଷା ଓ ନିଜର ସଂସ୍କୃତି ଲାଗି ଦାୟିତ୍ୱ ବୋଧକେ ଜାଗ୍ରତ କରବାର ଦିନ। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପ୍ରଶାସନ, ଜନପ୍ରତିନିଧି, ସାମାଜିକ ସଂଗଠନ, ଯୁବପିଢ଼ି ଓ ସାଧାରଣ ଜନତାଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ। ନିଜର ମାଟିର ଇତିହାସର ସୁରକ୍ଷା ଦେବା, ସ୍ଥାନୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବାର ସାଙ୍ଗେ ଜିଲ୍ଲାର ସମସ୍ୟା ର ସମାଧାନ ଲାଗି ସ୍ୱର ଉଠାବାର ପ୍ରୟାସ । ବଲାଙ୍ଗିରର ଗୌରବ ଆମର ଗର୍ବ, ବଲାଙ୍ଗିରର ବିକାଶ ଆମର ଦାୟିତ୍ୱ।




