ଜୀବନଚର୍ଯ୍ୟାତାଜା ଖବର

ଆତଙ୍କବାଦୀ ଙ୍କର ବିରୁଦ୍ଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ବଲାଙ୍ଗିର ଜିଲ୍ଲା ଭିନ୍ ଭିନ୍ ସଂଗଠନ।

ପାକିସ୍ତାନ ବିରୁଦ୍ଧରେ ବଢୁଛେ ଅସନ୍ତୋଷ ର ନିଆଁ ।

ବଲାଙ୍ଗିର;୨୬/୦୪(ମୋର୍ ସମିୟା) ଆଜି ବଲାଙ୍ଗିର ଜିଲ୍ଲା ରେ ଭିନ୍ ଭିନ୍ ସଂଗଠନ ତରଫ ରୁ ହାତେ ମହମବତୀ ଓ ପାକିସ୍ତାନ ମୁର୍ଦାବାଦ ନାରା ରେ ବାହାରିଥିଲା ଶୋଭାଯାତ୍ରା । ଗଲା ୨୨ ତାରିଖ ପହଲଗାମ ନ ନିରୀହ ହିନ୍ଦୁ ପର୍ଯ୍ୟଟକ ମାନଙ୍କର ଉପରେ ହେଇଥିବାର ବର୍ବର କାଣ୍ଡ କେ ଦୃଢ଼ ନିନ୍ଦା କରବାର ସାଙ୍ଗେ ଦୋଷୀ କେ ଉଚିତ୍ ଦଣ୍ଡ ମିଲୁ ବଲି ଦାବି କଲେ ବଲାଙ୍ଗିର ର ପ୍ରାୟ ୧୪ ଟା ସଂଗଠନ ର କର୍ମୀ। ଅନେକ ବ୍ୟବସାୟୀ ଓ ମହିଳା ସଂଗଠନ ବି ଇ ଶୋଭାଯାତ୍ରା ରେ ସାମିଲ ହେଇ ବଲାଙ୍ଗିର ଜିଲ୍ଲାପାଳ କେ ଦାବିପତ୍ର ଦେଇଛନ । ଦୋଷୀ କେ ଦଣ୍ଡ ମିଲବାର୍ ସାଙ୍ଗେ ଘଟଣା ରେ ପ୍ରାଣ ହରେଇଥିବାର୍ ନିରୀହ ପରିବାର କେ ଉଚିତ୍ ନ୍ୟାୟ ମିଲୁ ଓ ଭବିଷ୍ୟତ ରେ ଇ ଘଟଣା ର ପୁନରାବୃତ୍ତି ଜେନ୍ତା କେବେ ନାଇ ହେବା ସରକାର ଶେଥିର ଲାଗି ସଜାଗ ରହୁନ ବଲି କରିଛନ ଦାବି ।

ଭୀମ ଭୋଇ ମେଡିକାଲ କଲେଜ ର ଛାତ୍ର ଛାତ୍ରୀ ମାନେ ବି ଘଟଣା କେ ଦୃଢ଼ ନିନ୍ଦା କରବାର୍ ସାଙ୍ଗେ କେଣ୍ଡଲ ଶୋଭାଯାତ୍ରା କରି ମୃତ୍ୟୁ ବରଣ କରିଥିବାର ନୀରିହ ପର୍ଯ୍ୟଟକ ଙ୍କର ଆତ୍ମା ର ସତଗତି କାମନା କରିଥିଲେ। ଓ ଦୋଷୀ ଙ୍କର ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଡାକ୍ତରୀ ଛାତ୍ର ଛାତ୍ରୀ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!