
ସମ୍ବଲପୁର;୨୨/୧୧ (ମୋର୍ ସମିୟା) ସମ୍ବଲପୁର – କଟକ ୫୫ ନମ୍ୱର୍ ଜାତୀୟ ରାଜପଥ ଯୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ପାଖେ ରାସ୍ତା ତରା କେ ଠିଆ ହେଇଥିବାର ହାଇୱା କେ ପଛାଡୁ ପିଟଲା ଆମ୍ବୁଲାନ୍ସ । ବୌଦ୍ଧ ରୁ ୧୦୮ ଆମ୍ବୁଲାନ୍ସ ( ଓଡ଼ି ୦୨ ବିଏଚ ୨୮୯୮) ରୋଗୀ କେ ନେଇକରି ବୁର୍ଲା ଆସୁଥିବାର ସମିୟା ରେ ଦୁର୍ଘଟଣା । ଦୁର୍ଘଟଣା ରେ ଆମ୍ବୁଲାନ୍ସ କର୍ମଚାରୀ ମାନଭଞ୍ଜନ ସାହୁ ଙ୍କର ମୃତ୍ୟୁ । ଅନ୍ୟ ୫ ଜଣ ଗୁରୁତର ହେଇ ବୁର୍ଲା ଭୀମସାର ରେ ଭର୍ତ୍ତି । ଖବର ପାଇ ଘଟଣା ସ୍ଥଳରେ ଯୁଯୁମୁରା ଥାନା ପୋଲିସ ପହଞ୍ଚି ଆର୍ ଗୁଟେ ଆମ୍ବୁଲାନ୍ସ ରେ ଗୁରୁତର ବ୍ୟକ୍ତି କେ ଡାକ୍ତରଖାନା ପଠେଇଥିଲେ । ଦୁହି ଦୁର୍ଘଟଣା ଗାଡ଼ି କେ ଯୁଯୁମୁରା ଥାନା ପୋଲିସ ଜବତ କରିଛେ । ମୃତ ଆମ୍ବୁଲାନ୍ସ କର୍ମଚାରୀ ର ଶବ ଜବତ କରି ବ୍ୟବଚ୍ଛେଦ ଲାଗି ନିର୍ଦ୍ଦେଶ।




