କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରେ କାଲବୈଶାଖୀର୍ ମହାତାଣ୍ଡବ୍ ।
ଘର୍ ଉପରେ ପଡ଼ି ଗଲା ଗଛ୍, ଅଲପ୍ କେ ବର୍ତିଗଲେ ଦୁଇ ପରିବାର୍।

ଲାଞ୍ଜିଗଡ଼;୨୦/୦୪(ମୋର୍ ସମିୟା) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁନେ କାଲବୈଶାଖୀର ତାଣ୍ଡବ୍ ଦେଖ୍ ବାକେ ମିଲିଛେ।କାଲବୈଶାଖୀର୍ ସାଙ୍ଗେ ବର୍ଷା,ଘଡ଼ଘଡ଼ି ଆଉ ତୁହାକେ ତୁହା ବର୍ଷା ପବନଥି ଅନେକ ଧନ୍ ଜୀବନ୍ ନଷ୍ଟ ହେଇଥିବାର୍ ଦେଖବାକେ ମିଲିଛେ।ଇହାଦେ ଆଜିର କାଳବୈଶାଖୀ ବର୍ଷା,ପବନ ଆଉ ଘଡ଼ଘଡ଼ି ପ୍ରଭାବଥି ବିଜେପୁର ପଞ୍ଚାୟତ ଅନ୍ତର୍ଗତ୍ ବାତେରପଡ଼ା ଗାଁର ଜଗନ୍ନାଥ ନାଏକ ଆଉ ହେମ ହରିଜନଙ୍କର୍ ଘର୍ ଉପରେ ଗୁଟେ ବିରାଟ୍ ବଡ଼ ବରଗଛ୍ ଉପୁଡ଼ି ହେଇ ପଡ଼ିଯାଇଥିବାର୍ ବେଲେ ଦୁଇ ପରିବାରର ୬ଜଣ ଅଲପ୍ କେ ବର୍ତି ଯାଇଥିଲେ। ସୂଚନା ଅନୁସାରେ ରବିବାର ଦିନ ଦ୍ୱିପହର୍ ନ ହଠାତ୍
ବର୍ଷା ଆଉ ଘଡ଼ଘଡ଼ି ସାଙ୍ଗେ ପ୍ରବଲ ପବନ ହେଇଥିଲା ଯାହାଫଲରେ ଘର୍ ପାଖେ ଥିବାର୍ ଗୁଟେ ବିରାଟ୍ ବରଗଛ୍ ଉତ୍ କି ଯାଇ ଦୁଇଟା ଘର୍ ଉପରେ ପଡ଼ି ଯାଇଥିଲା।ଘର ଉପରେ ଗଛ୍ ପଡିଯାଇଥିବାର୍ ବେଲେ ଦୁଇ ପରିବାର ଅଲପକେ ବର୍ତ୍ତିଯାଇଥିଲେ ହେଲେ ଘର ସମ୍ପୂର୍ଣ୍ଣ ଭାବେ ଚୁର୍ ମାର୍ ହେଇଯାଇ ଏବେ ଦୁଇ ପରିବାର ବାସହୀନ ହୋଇପଡିଛନ୍।ତେବେ ସାଧାରଣ ଭାବେ ଗରିବ ଲୁକେ ହେଇଥିବାବେଲେ ଘର ବନାବାର ମୁସ୍କିଲ ହେଇପଡ଼ିଛେ।ପ୍ରଶାସନ୍ ଆଡ଼ୁ ଏହାର ତଦନ୍ତ୍ କରି କ୍ଷୟକ୍ଷତିର୍ ଆକଲନ୍ କରାଯାଇ କ୍ଷତିପୂରଣ ପ୍ରଦାନ୍ କରିବାକେ ଦାବି ହେଉଛେ।ଏନ୍ତା ଯୁଦ୍ଧ କାଲିନ୍ ଭିତ୍ତିରେ ଉଜୁଡ଼ି ଯାଇଥିବାର୍ ଘରର୍ ହିତାଧିକାରୀକେ ପଲିଥିନ୍ ସାଙ୍ଗେ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପରିବାର ଲୁକେ ପ୍ରଶାସନକେ ଗୁହାରି କରୁଛନ୍।




