ସୀମା ରେ ଦେଶରକ୍ଷା ଲାଗି ଯାଇଛନ ଯବାନ, ଡ଼ାକ୍ତରଖାନା ରେ ଚାଲିଗଲା ସ୍ତ୍ରୀ ର ଜୀବନ ।
୧୫ ଦିନ ହେଲା ପଡ଼ିରହିଥିଲେ ଅଚେତ୍ ଅବସ୍ଥାରେ।
ଝାରସୁଗୁଡା;୧୪/୦୫(ମୋର୍ ସମିୟା) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ଟେଙ୍ଗନାମାଲ ଗାଁ ର ଦେବରାଜ ଗଣ୍ଡ । ଦେବରାଜ ହେଉଛନ୍ ଆମର ମାଟିର୍ ଜନେ ବୀର ଯବାନ। ତାଙ୍କର ସ୍ତ୍ରୀ ଲିପି ଗଣ୍ଡ ୨୮ ତାରିଖ ଗୁଟେ ଝିଅ କେ ଜନ୍ମ ଦେଇଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାର ନୁ ବୁର୍ଲା ର ଆଇସିୟୁ ରେ ଅଚେତ୍ ଅବସ୍ଥା ରେ ଭର୍ତ୍ତି କରିଥିଲେ । ଭାରତ – ପାକିସ୍ତାନ ଯୁଦ୍ଧ ସ୍ଥିତି କେ ନେଇକରି ଭାରତ ସରକାର ଯବାନ ଙ୍କର ଛୁଟି ବାତିଲ କରିଥିଲେ ଆର୍ ଜେନ ମାନେ ଘରେ ଥିଲେ ସେମାନଙ୍କୁ ବି କାର୍ଯ୍ୟରେ ଯୋଗଦେବାର କେ କହିଥିଲେ ଭାରତ ସରକାର। ଦେବରାଜ ସ୍ତ୍ରୀ ଆର୍ ଛୁଆ କେ ଛାଡ଼ି କରି ବାହାରିଥିଲେ ନିଜର କର୍ମକ୍ଷେତ୍ର କେ । ଆଜି ଚିକିତ୍ସା ଚାଲିଥିବାର ସମିୟା ରେ ଚାଲିଗଲା ଲିପି ଙ୍କର ଜୀବନ । ମଲ୍ଟି ଅର୍ଗାନ ଖରାପ ହେବାର ନୁ ପଲେଇଗଲା ଜୀବନ । ଛୋଟ ଦିନୁ ଛୁଆ ହେଇଗଲା ମା ଛେଉଣ୍ ।
ଚିକିତ୍ସା ଅଭେଲା ନୁ ଲିପି ଙ୍କର ମୃତ୍ୟୁ ହେଇଥିବାର ଅଭିଯୋଗ କଲେ ପରିବାର ଲୋକେ । ଜଣେ ଯବାନ ଙ୍କର ସ୍ତ୍ରୀ ଙ୍କର ପ୍ରତି ଏନ୍ତା କାମ କରବାର ଟା ନିନ୍ଦନୀୟ ଘଟଣା କହିଛନ ପରିବାର ଲୋକେ । ପଶ୍ଚିମ ଓଡ଼ିଶା ରୁ ସ୍ବାସ୍ଥ୍ୟମନ୍ତ୍ରୀ ପାଇକରି ନିରାଶ ସଧାରଣ ଲୋକେ ।




