
ସମ୍ବଲପୁର;୨୩/୦୫(ମୋର୍ ସମିୟା) ସମ୍ବଲପୁର ଟାଉନ୍ ଥାନା ର ଥାନାବାବୁ ବିଦ୍ୟୁତ ପଣ୍ଡା ନିଲମ୍ୱିତ । ନିଲମ୍ୱିତ କଲେ ସମ୍ୱଲପୁର ଏସପି । ସମ୍ବଲପୁର ଟାଉନ୍ ଥାନା ରୁ ୨ ପେଟି କଫ ସିରଫ ନେଇଯିବାର ଅଭିଯୋଗ ରେ ନିଲମ୍ୱିତ କଲେ ସମ୍ବଲପୁର ଏସପି । ମାଲଖାନା ରୁ କଫ ସିରଫ ଚୋରି ହେଇଥିବାର ନେଇ ଅଲଗା ପୋଲିସ ଅଧିକାରୀ ମାନେ ଅଭିଯୋଗ କରିଥିଲେ । ଅଭିଯୋଗ କରବାର ନୁ ସମ୍ବଲପୁର ଏସପି ଇ ଉପରେ ତଦନ୍ତ ଆରମ୍ଭ କରିଥିଲେ । ଗଲା କିଛିଦିନ ଆଗରୁ କନେଷ୍ଟବଳ ପଦବୀ ନୁ ଏଏସଆଇ ପଦବୀ ପାଇଥିଲେ ବିଦ୍ୟୁତ ପଣ୍ଡା । ଗଲା କେତେଦିନ ଆଗରୁ ୧୫୦୦୦ କଫ ସିରଫ ଜବତ କରିଥିଲା ସମ୍ବଲପୁର ପୋଲିସ । ସବୁ କଫ ସିରଫ ଥାନା ମାଲଖାନା ରେ ରଖାଯାଇଥିଲା । ମାଲଖାନା ରୁ ଚତୁରତା କରି ୨ ପେଟି କଫ ସିରଫ ଚୁରେଇ ନେଇଥିଲେ ଥାନାବାବୁ । ତଦନ୍ତ ପରେ ତାଙ୍କର ନୁ ୨ ପେଟି କଫ ସିରଫ ଜବତ କରାଯାଇଛେ ।