
• ଆମେ କାମ ବାଣ୍ଟବାର ନାଇଁ କି କାହାକେ ବିରୋଧ କରବାର ନାଇଁ.
• ସରକାରଙ୍କର ଲୋକାଭିମୁଖୀ ଯୋଜନାକେ ଲୋକଙ୍କର ପାଖକେ ପହଞ୍ଚାଉଛୁ କହେଲେ ବିଜେପି କର୍ମକର୍ତ୍ତା.
ଲାଞ୍ଜିଗଡ;୦୬/୦୬(ମୋର୍ ସମିୟା)ରାଜ୍ୟଥି ବିଜେପି ଦଳ ସରକାର ଗଠନ କରବା ପରେ ସେଇ ଦଲର ନେତା ଆଉ କର୍ମୀମାନଙ୍କର ଦାୟିତ୍ୱ ବଢିଯାଇଛେ। ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ର୍ ଲୋକାଭିମୁଖୀ ଯୋଜନା ମାନଙ୍କର୍ ଉପରେ ଲୋକ ମାନକେ ଅବଗତ କରଉଛୁ । ବିଗତ ଦିନରେ ବିଜେଡ଼ି ଦଲ୍ ଆଉ ସେମାନକର୍ ଦଲର୍ କର୍ମୀମାନେ ନିଜ ଇଚ୍ଛାନୁସାରେ କାମ୍ କରୁଥିଲେ। ଆମେ କିନ୍ତୁ ସଭକେ ନେଇଁ ଆଗକୁ ବଢ଼ବୁ,ରାଜ୍ୟନେ ତୃଣମୁଲ୍ ସ୍ତରର୍ ବିକାଶ ପାଇଁ ଆମେ କାମ୍ କରୁଛୁ। ଆମର କାହାର୍ ସାଙ୍ଗେ ବିରୋଧ୍ ନାଇଁ କି ଆମେ ରାଜନୀତି କରବାର ନାଇଁ। ଆମେ କାମ ବାଣ୍ଟବାର୍ ନାଇଁ କି କାହାକେ ବିରୋଧ ବି ନାଇଁ କରୁଁ। ଲାଞ୍ଜିଗଡ଼ ବ୍ଲକର ସଭେ ସରପଞ୍ଚ, ସମିତି ସଭ୍ୟ ହେଉଛନ୍ ନିର୍ବାଚିତ ପ୍ରତିନିଧି,ସେମାନେ କୌଣସି ଦଲର୍ ନୁହେଁ। ସରକାରଙ୍କ ର୍ ଯୋଜନା ମାନକେ ଲାଗୁ କରବାର୍ ଲାଗି ସେମାନେ ମଧ୍ୟ ଉତ୍ତରଦାୟୀ।ସେଥିର ପାଇଁ ସମସ୍ତେ ମିଲିମିଶି ସରକାରଙ୍କର୍ ବିକାଶ ପ୍ରକ୍ରିୟାକେ ଆଗେଇ ନେବାରଥି ସହଯୋଗ କରୁନ୍ ବୋଲି ଆହ୍ୱାନ ଦେଇଛନ୍ ଶାସକ ବିଜେପି ଦଲର୍ କର୍ମକର୍ତ୍ତା ମାନେ। କିଛିଦିନ ତଲେ ଶାସକ ବିଜେପି କର୍ମୀଙ୍କର୍ ବିରୋଧରେ ବ୍ଲକର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ମାନେ ବିଷୋଦଗାର କରବାର୍ ସାଙ୍ଗେ ବିଡିଓ ଆଉ ଜିଲ୍ଲାପାଳଙ୍କ ର୍ ଦ୍ୱାରସ୍ତ ହେଇଥିଲେ। ଇତାର ଜବାବ୍ ଦେବାକେ ଯାଇ ବୁଧବାର ଦିନେ ଚମ୍ପାଦେଇପୁର ପଞ୍ଚାୟତ ଗୋପୀନାଥପୁର ଠାନେ ଗୁଟେ ସାମ୍ବାଦିକ ସମ୍ମିଳନୀର୍ ଆୟୋଜନ କରିଥିଲେ ଲାଞ୍ଜିଗଡ଼ ବ୍ଲକ ବିଜେପି କର୍ମକର୍ତ୍ତା।ଏଥିରେ ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ,ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ,ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, କୃଷକ ମୋର୍ଚ୍ଚା ସଭାପତି କନ୍ଦର୍ପ ନାଏକ,ବିଜେପି ନେତା ଅନନ୍ତ ରାମ ପ୍ରଧାନୀ,ଦେବ ପଟେଲ,ଗୌତମ ନାଗ,ରାମଚନ୍ଦ୍ର ମୁଣ୍ଡଛିନା,ଅମରେଶ ବୁଦ୍ଧିଆ,ଭଗବାନ ରାଉତ,ପ୍ରମୋଦ ବିଭାର ସାଙ୍ଗେ ଅନ୍ୟମାନେ ଉପସ୍ଥିତ ରହିଥିଲେ।