ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ତୁରେକେଲା ଥାନା ପଣ୍ଡରେନ ପାଖେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୁଟେ ପରିବାର ର ଗଲା ୪ ଜଣଙ୍କର ଜୀବନ ।
ଧକ୍କା ଦେଲା ଅଜଣା ଗାଡ଼ି ।
ବଲାଙ୍ଗିର;୦୯/୦୨(ମୋର୍ ସମିୟା) ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁଟେ ପରିବାର ର ଗଲା ୪ ଜଣ ଙ୍କର ଜୀବନ । ମୃତକ ଭିତରେ ଅଛନ ଅଜା, ଆଇ, ନାତି ଆର୍ ଜ୍ବାଇଁ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ପାଖେ ଘଟିଛେ ଇ ଛାତିଥରା ଦୁର୍ଘଟଣା । ତୁରେକେଲା ଗାଁ ର କ୍ଷୀର ପୁଟେଲ, ଦେବାଶିଷ ପୁଟେଲ, ଫୁଲମତୀ ପୁଟେଲ ଆର୍ ମୋହନ ପୁଟେଲ ବାଇକ ରେ ଯାଉଥିଲେ । ପଣ୍ଡରେନ ପାଖେ ଗୁଟେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଥିଲା । ଘଟଣା ସ୍ଥଳରେ ରେ ହିଁ ଅଜା, ନାତି ଆର୍ ଜ୍ବାଇଁ ଙ୍କର ମୃତ୍ୟୁ ହେଇଥିଲା । ଫୁଲମତୀ ଙ୍କୁ ଗୁରୁତର ଅବସ୍ଥା ରେ କଣ୍ଟାବାଞ୍ଜି ଡାକ୍ତରଖାନା କେ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଟେ ଦିନ ଗୁଟେ ପରିବାର ର ୪ ଜଣ ଙ୍କର ମୃତ୍ୟୁ କେ ନେଇ ପୁରା ପରିବାର ସ୍ତବ୍ଧ ହେଇ ଯାଇଛେ । ଘଟଣା ସ୍ଥଳରେ ରେ ତୁରେକେଲା ପୋଲିସ ପହଞ୍ଚି ଘଟଣା ର ତଦନ୍ତ ମୁଲ କରିଛେ ।




