ତାଜା ଖବର

ବୋଲେରୋ କେ ଧକ୍କା ଦେଲା ଟ୍ରଲର, ୫ ପୋଲିସ କର୍ମଚାରୀ ଙ୍କର ମୃତ୍ୟୁ, ୩ ଗୁରୁତର ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଝାରସୁଗୁଡା;୨୨/୦୨ (ମୋର୍ ସମିୟା) ଆଜି ସକାଳୁ ଝାରସୁଗୁଡ଼ା ସଦର ଥାନା ପାଖେ ଗୁଟେ ଭୟାନକ ଦୁର୍ଘଟଣା ଘଟି ଯାଇଛେ । ଦୁର୍ଘଟଣା ରେ ଘଟଣା ସ୍ଥଳରେ ହିଁ ୫ ପୋଲିସ କର୍ମଚାରୀ ଙ୍କର ମୃତ୍ୟୁ ହେଇଛେ । ସାମ୍ନା ଆଡୁ ଦ୍ରୁତ ଗତି ରେ ଆସୁଥିବାର ଗୁଟେ ଟ୍ରଲର ବୋଲେରୋ କେ ସାମ୍ନା ଆଡୁ ଧକ୍କା ଦେବାର ନୁ ବୋଲେରୋ ରେ ଥିବାର ୫ ଜଣ ପୋଲିସ କର୍ମଚାରୀ ଙ୍କର ଘଟଣା ସ୍ଥଳରେ ରେ ମୃତ୍ୟୁ ହେଇଥିବାର ବେଲକେ ୩ ଜଣ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଭର୍ତ୍ତି ହେଇଛନ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ର କିଛି ଲୋକ ଆର୍ ପୋଲିସ ମିଶି ଗାଡ଼ି ଭିତରୁ ପୋଲିସ କର୍ମଚାରୀ ମାନଙ୍କୁ ଉଦ୍ଧାର କରିଥିଲେ ଆର୍ ଗୁରୁତର ୩ ଜଣ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମୃତ ପୋଲିସ କର୍ମଚାରୀ ମାନେ ହେଲେ ଭକ୍ତ ମିର୍ଦ୍ଧା,ଲିଙ୍ଗରାଜ ଧରୁଆ, କସିରାମ ଭୋଇ,ନିରଞ୍ଜନ କୁସୁମ,ଦେବଦତ୍ତ ସା । ଆହତ ୩ ଜଣ ହେଲେ ଆକାଶ ନାଏକ,ରାଜୀବ ଭରସାଗର, ଦୁବରାଜ ମିରିଗ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଚୁରମାର ହେଇ ଯାଇଛେ । ଦୁର୍ଘଟଣା ଘଟେଇଥିବାର ଟ୍ରଲର ଗାଡ଼ି ଆର୍ ଡ୍ରାଇଭର କେ ଅଟକ ରଖା ଯାଇଛେ । ଦୁର୍ଘଟଣା ର ଖବର ପାଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ,ଝାରସୁଗୁଡ଼ା ଜିଲ୍ଲାପାଳ, ଝାରସୁଗୁଡ଼ା ଏସପି ପହଞ୍ଚି ଘଟଣା ର ତଦନ୍ତ ସାଙ୍ଗେ ମୃତ ପୋଲିସ କର୍ମଚାରୀ ଙ୍କର ପରିବାର କେ ସମବେଦନା ଜଣେଇଛନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବି ସୋସିଆଲ ମିଡିଆ ମାଧ୍ୟମ ରେ କାର୍ଯ୍ୟରତ ମୃତ ପୋଲିସ କର୍ମଚାରୀ ଆର୍ ତାଙ୍କର ପରିବାର କେ ସମବେଦନା ଜଣାବାର ସାଙ୍ଗେ ଆହତ ପୋଲିସ କର୍ମଚାରୀ ଙ୍କର ଆସୁରୋଗ୍ୟ କାମନା କରିଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!