ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭରାଜନୀତି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା।

ଶେଷ ରେ ମୁଣ୍ଡ ନୁଆଇଲେ ସରକାର ।

ନୂଆଦିଲ୍ଲୀ;୨୫/୦୭ ଶେଷ ରେ ଜିତ୍ ହେଲା ଛାତ୍ର ଛାତ୍ରୀ ଙ୍କ ପ୍ରତିବାଦ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଶେଷ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଇସ୍ତଫା ପଛରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ଚାପ ରହିଛି । ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଖକୁ ପଠେଇବା ସହ ସୋସିଆଲ ମିଡ଼ିଆ (ଏକ୍ସ) ରେ ଜଣେଛନ ।
ସେ ନିଜ ଇସ୍ତଫା ପତ୍ର ରେ ଲେଖିଛନ୍ତି ଯେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି । ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ନିରପେକ୍ଷ ପରୀକ୍ଷା ସୁନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ଥିଲା। ସଫଳତାର ସାଙ୍ଗେ ପୁଣି ଥରେ ପରୀକ୍ଷା ଓ ଫଳାଫଳ ପ୍ରକାଶ ପାଇବା ପରେ ବି କିଛି ଲୋକ ଛାତ୍ରମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ, ଯାହା ତାଙ୍କୁ ଗଭୀର ଆଘାତ ଦେଇଛି।ଏହା ତାଙ୍କର ବ୍ୟକ୍ତିଗତ ସମ୍ମାନର ବିଷୟ ନୁହେଁ, ବରଂ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତର ପ୍ରଶ୍ନ। ଛାତ୍ରମାନଙ୍କ ଭବିଷ୍ୟତ ଆଇନଗତ ବିବାଦ ଏବଂ ରାଜନୈତିକ ଦ୍ୱନ୍ଦ୍ୱରେ ଫସିଯାଉ କିମ୍ବା ସେମାନଙ୍କ ପାଠପଢ଼ା ପ୍ରଭାବିତ ହେଉ, ସେ ତାହା ଚାହାଁନ୍ତି ନାହିଁ। ଏହି କାରଣରୁ ସେ ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଶେଷ ରେ ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତ ମାତା, ଓଡ଼ିଶାବାସୀ ଏବଂ ଦେଶର ଯୁବପିଢ଼ିଙ୍କ ସେବାରେ ସଦାସର୍ବଦା ନିୟୋଜିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!