ଜୀବନଚର୍ଯ୍ୟାତାଜା ଖବରରାଜନୀତି

ପଶ୍ଚିମ ଓଡ଼ିଶା ବାସୀ ଙ୍କର ଦୁଃଖ ଗୁହାରି ସୁନବାର କେ ସମ୍ବଲପୁର ଆସୁଛନ ମୁଖ୍ୟମନ୍ତ୍ରୀ ।

ଯୋଗାଦେବେ ମୁଖମନ୍ତ୍ରୀ ମୋହନ ମାଝି ଙ୍କର ସାଙ୍ଗେ ୧୧ ଜଣ ମନ୍ତ୍ରୀ।

ସମ୍ବଲପୁର;୨୦/୦୪(ମୋର୍ ସମିୟା) ଆଏବା ଏପ୍ରିଲ ୨୧ ତାରିଖ ରେ ସମ୍ବଲପୁର ଗସ୍ତ ରେ ଆସୁଛନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପହେଲା ଥର ଲାଗି ଜନ ଆଭିଯୋଗ ଶୁଣାଣି ହେବାର କେ ଯାଉଛେ । ପଶ୍ଚିମାଞ୍ଚଳ ର ସବୁ ୧୦ ଜିଲ୍ଲା ରୁ ଲୋକ ଆସବେ ଆଉ ତାଙ୍କର ଅଭିଯୋଗ ସିଧାସଳଖ ମୂଖ୍ୟମନ୍ତ୍ରୀ କେ ଜଣାବେ ।

ସମ୍ବଲପୁର ମହାନଗର ନିଗମର ର ନୂଆ କୋଠା ରେ ହେବାର କେ ଯାଉଛେ ଇ କାର୍ଯ୍ୟକ୍ରମ, ଇ କାର୍ଯ୍ୟକ୍ରମ ରେ ୧୦ ଜିଲ୍ଲା ର ୧୦ ଜିଲ୍ଲାପାଳ ଉପସ୍ଥିତ ରହିବାର ସୂଚନା । ଗାଁ ଗାଁ କେ ବସ୍ ପଠେଇ କରି ଲୋକଙ୍କୁ ଆନବେ ଆଉ ଲୋକେ ଅଭିଯୋଗ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାବେ ବଲି ସରକାର କରିଛନ ପଦକ୍ଷେପ । ସକାଲ ର ୮ ବଜେ ନୁ ଆରମ୍ଭ କରି ବେଲା ର ୧ ବଜେ ତକ୍ ଚାଲବା ଅଭିଯୋଗ ଶୁଣାଣୀ କାର୍ଯକ୍ରମ । ଅନଲାଇନ ମାଧ୍ୟମ ରେ ପଞ୍ଜିକରଣ କରବାର ସୁବିଧା କରିଥିଲେ ସରକାର ଓ ଇ ଅନଲାଇନ ମାଧ୍ୟମ ରେ ହଜାରେ ଲୋକ ପଞ୍ଜିକରଣ କରିଛନ୍ ଓ ଅଫଲାଇନ ମାଧ୍ୟମ ରେ ୫ ଶହ ଲୋକ ଯୋଗ ଦେବେ । ଇ କାର୍ଯକ୍ରମ ରେ ୧୧ ଜଣ ମନ୍ତ୍ରୀ ଙ୍କର ସାଙ୍ଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହେବେ ସାମିଲ୍ । ପୋଲିସ୍ ପକ୍ଷ ରୁ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛେ ।

ଖରା କେ ଦୃଷ୍ଟି ରେ ରଖି ବ୍ୟାପକ ବନ୍ଦବୋଷ କରୁଛେ ପ୍ରସାସନ । ଅଭିଯୋଗକାରି ଙ୍କର ବ୍ୟକ୍ତିଗତ ପରିଚୟ ପତ୍ର ଓ ନିଜର ଅଭିଯୋଗ ପତ୍ର ଆବଶ୍ୟକ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

One Comment

  1. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମ୍ବଲପୁର ଗସ୍ତ ଏବଂ ଜନ ଅଭିଯୋଗ ଶୁଣାଣି ନେଇ ଆପଣଙ୍କର ମନ୍ତବ୍ୟ କ’ଣ?

Leave a Reply

Your email address will not be published. Required fields are marked *

Back to top button
error: Content is protected !!