ଜୀବନଚର୍ଯ୍ୟାତାଜା ଖବର

ନିୟମଗିରି ପାହାଡ଼ନେ ୩ ସହିଦଙ୍କର୍ ପ୍ରତିମୂର୍ତ୍ତି ଉନ୍ମୋଚନ ।

ଚିର ଦିନ ଲାଗି ରହିଗଲେ ଅମର।

ଲାଞ୍ଜିଗଡ଼;୧୪/୦୪( ମୋର୍ ସମିୟା) ନିୟମଗିରି ପାହାଡ଼ ଅଞ୍ଚଲରେ ୩ ସହିଦଙ୍କର୍ ପ୍ରତିମୂର୍ତ୍ତି ଉନ୍ମୋଚନ୍ ଆଉ ସହିଦ୍ ସ୍ତମ୍ଭ ସ୍ଥାପନ୍ କରାଯାଇଛେ ।ଲାଖପଦର ଗାଁନେ ସହିଦ ବିର୍ସା ମୁଣ୍ଡାଙ୍କର ସାଙ୍ଗେ ପାଖର୍ ଦୁଇଜଣ ସହିଦ୍ ବାରି ପିଡି଼କାକା ଆଉ ଶୁକ୍ରୁ ମାଝୀଙ୍କର୍ ପ୍ରତିମୂର୍ତ୍ତି ଉନ୍ମୋନ୍ମୋଚନ ହେଇଛେ।କହେବାର ହିସାବେ ନିୟମଗିରି ପାଣି,ଜମି,ଜଙ୍ଗଲ ପାଇଁ ସଂଗ୍ରାମ୍ ଲଢ଼େଇ କରିଆସୁଥିବାର୍ ସଂଗ୍ରାମୀକେ ମାଓବାଦୀ କହି ପ୍ରଶାସନ୍ ଧରିନେଇ ଜେଲରେ ଭର୍ତ୍ତି କରୁଥିଲା ଫିର ବି ସଂଗ୍ରାମ ଜାରି ରଖି ଦୁଇଜଣଙ୍କର୍ ମରଣ ହେଇଥିଲା। ସେମାନକେ ମନେ ରଖବା ପାଇଁ ରବିବାର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛେ।ବାରି ପିଡ଼ିକାକେ ମୁନିଗୁଡ଼ା ପୁଲିସ ଜେଲରେ ଭର୍ତ୍ତି କରିଥିଲା।ସେ ସମୀୟାଥି ତାଙ୍କର ଦିହି ଦୁର୍ବଲ୍ ଥିଲା ହେଲେ ଚିକିତ୍ସା କରମୁଁ ବୋଲି କହିଥିଲେ କିନ୍ତୁ କିଛି ଚିକିତ୍ସା କଲେ ନାହିଁ।ଦୁଇ ବରଷ ପୂର୍ବେ ବିଷମକଟକ ଜେଲରେ ତାଙ୍କର ମୃତ୍ୟୁ ହେଇଥିଲା। ହେନ୍ତା ଆଉ ଜଣେ ସଂଗ୍ରାମୀ ଶୁକ୍ରୁ ମାଝିକେ ଗାଡ଼ି ଚଢ଼ାଇ କରି ହତ୍ୟା କରାଯାଇଥିଲା। ସେ ଗୁଟେ କମ୍ପାନୀ ବିରୋଧରେ ସ୍ବର ଉତ୍ତୋଲନ୍ କରି ଆସୁଥିଲେ।ଇହାଦେ ସଂଗ୍ରାମୀ ବିର୍ସା ମୁଣ୍ଡା,ବାରି ପିଡିକାକା ଆଉ ଶୁକୃ ମାଝୀକେ ମନେ ରଖବାର ଲାଗି ସେମାନଙ୍କର୍ ପ୍ରତିମୂର୍ତ୍ତି ଉନ୍ମୋଚନ୍ କରି ସହିଦ୍ ସ୍ତମ୍ଭ ସ୍ଥାପନ କରାଯାଇଛେ ବୋଲି ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକ୍‌କା କହିଛନ୍।ରବିବାର ସକାଲ ୧୦ ବଜାନେ ନିୟମଗିରି ସୁରକ୍ଷା ସମିତିର୍ ସଭାପତି ଲଦ ସିକ୍‌କା,ଦଧି ପୁଷିକା ଓ କୁଣଜୀ କୁଟ୍ରୁକା ଅତିଥି ଭାବେ ରହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍। ଜନମଞ୍ଚ ସୁରକ୍ଷା ଆବାହକ ଦଣ୍ଡପାଣି ମହାନ୍ତି,ପଶ୍ଚିମବଙ୍ଗ ମାନବ ଅଧିକାର କର୍ମୀ ବାବୁସିଂ ରାଏ,କଳିଙ୍ଗ ନଗରର ଆନ୍ଦୋଳନର ନେତ୍ରୀ ସିନି ସଏ,ଗନ୍ଧମାର୍ଦନ,ଖଣ୍ଡୁଆଲମାଲି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତିକ ମାଝୀ,ସମ୍ପାଦକ ବ୍ରିଟିଶ କୁମାର,ସିଜିମାଳି ଅଞ୍ଚଳର ପ୍ରମୁଖ ନେତାମାନେ ଯୋଗ୍ ଦେଇଥିଲେ। ନିୟମଗିରି ପାହାଡ଼ର ୧୧୨ଖଣ୍ଡ ପଦର୍ ର ଡଙ୍ଗରିଆ କନ୍ଧମାନେ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉପସ୍ଥିତ ରହିଥିଲେ । ଆଦିବାସୀଙ୍କର୍ ପାଇଁ ଲଢ଼େଇ କରି ସହିଦ ହେଇଥିବାର୍ ତିନି ଜଣଙ୍କର୍ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଜୟ ଧରଣୀପେନୁ,ଜୟ ନିୟମରଜା ଡାକରା ଦେଇ ତାଙ୍କ କାର୍ଯ୍ୟକୁ ଅନୁସରଣ କରି ଚାଲବା ପାଇଁ ସଂକଳ୍ପ କରିଥିଲେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!