ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ଗଲାକାଲି ମୁରିବାହାଲ ଥାନା ରେ ଘଟିଥିବାର ସ୍ବାମୀ,ସ୍ତ୍ରୀ ଆକ୍ରମଣ ଘଟଣା ରେ ଜେଲ୍ ଗଲା ଅଭିଯୁକ୍ତ।

ଦୁଇ ସ୍ଵାମୀ,ସ୍ତ୍ରୀ କେ ମରତନୁ କାଠ ଫାଲିଆ ରେ ପିଟିଥିଲା ଅଭିଯୁକ୍ତ ।

ବଲାଙ୍ଗିର;୦୫/୦୬(ମୋର୍ ସମିୟା) ମୁରିବାହାଲ ଥାନା ପୁଡ଼ାପାଲି ଗାଁ ରେ ପୁରନା ରାଗ ରଖିକରି ଦୁଇ ସ୍ଵାମୀ,ସ୍ତ୍ରୀ କେ କାଠ ଫାଲିଆ ରେ ମରତନୁ ପିଟବାର ଘଟଣା ରେ ପୋଲିସ ଜଣେ କେ ଗିରଫ କରିଛେ । ପୁଡ଼ାପାଲି ଗାଁ ର ମୁରଲି ନାଏକ ଓ କମଲେ ନାଏକ ଘରେ ଥିବାର ସମିୟା ରେ ହେଇଥିଲେ ଆକ୍ରମଣ ର ଶିକାର । ଗାଁ ର ସୀତାରାମ ହଂସ ନାମକ ଜଣେ ବ୍ୟକ୍ତି କାଠ ଫାଲିଆ ରେ ପିଟି କରି ମୁରଲି ଙ୍କର ମୁଡ଼ ଫଟେଇ ଦେଇଥିଲେ ଓ କମଲେ ଙ୍କର ହାତ ଭାଙ୍ଗି ଦେବାର ସାଙ୍ଗେ ତାଙ୍କର ବି ମୁଡ଼ ଫଟେଇ ଦେଇଥିଲେ । ପରେ ତାକର ଘରୁ ରକତ ସରସର୍ ଅବସ୍ଥାରେ ଆମ୍ବୁଲାନ୍ସ ରେ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ନୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କେ ସ୍ଥାନାନ୍ତର କରାଯାଇଥିଲା । ଦୁହେ କର ଅବସ୍ଥା ସଙ୍କଟାପତ୍ନ ଥିବାର ସୂଚନା । ଦୁଇ ସ୍ବାମୀ, ସ୍ତ୍ରୀ ଙ୍କର ପୁଅ କହିବାର ଆଧାର ରେ ପୋଲିସ ମାମଲା ରୁଜୁ କରି ସୀତାରାମ କେ ଅଟକ ରଖିଥିଲା । ଏତଲା ଆଧାରରେ ପୋଲିସ କେସନଂ ୧୨୦/୨୫ ଦଫା ୧୨୬(୨),୨୯୬/୧୧୫(୨),୧୧୭(୨),୩୫୧(୨) ବିଏନଏସ ରୁଜ୍ଜୁ କରି ଅଭିଯୁକ୍ତ ସୀତାରାମ କେ କୋର୍ଟ ଚାଲାଣ କରାଯାଇଛେ ।
ସୂଚନା ଦେଲେ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!