ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ସୁକତେଲ ନଦୀ ପାଖୁ ମିଲା ମଣିଷ ହାଡ଼ ଆର୍ ଖପୁରୀ।

ସ୍ଥାନୀୟ ଅଞ୍ଚଳ ରେ ଚାଞ୍ଚଲ୍ୟ ।

ବଲାଙ୍ଗିର;୧୮/୦୧(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ସୁକତେଲ ନଦୀ ପାଖୁ ମିଲା ହାଡ଼ ଆର୍ ଖପୁରୀ। ଆଜି ସକାଳୁ ଗାଁ ର କିଛି ଲୋକ ନଦୀ କେ ଶୌଚ ହେବାର କେ ଯାଇଥିବାର ବେଲକେ ଦେଖବାର କେ ପାଇଥିଲେ ମଣିଷ ଖପୁରୀ ଆର୍ ପାଦ ହାଡ଼ । ପରେ ଗାଁ ଲୋକେ ଲରମ୍ଭା ଥାନା କେ ଖବର ଦେଇଥିଲେ । ଘଟଣା ସ୍ଥଳରେ ଲରମ୍ଭା ପୋଲିସ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ । ଅଧିକା ତଦନ୍ତ ଲାଗି ଘଟଣା ସ୍ଥଳରେ ସାଇନଟିଫିକ ଟିମ୍, ଡ଼କ୍ ସ୍କ୍ୱାର୍ଡ ପହଞ୍ଚି ଆରମ୍ଭ କରିଛନ ତଦନ୍ତ । ବର୍ତ୍ତମାନ ସୁଦ୍ଧା ଖପୁରୀ କାହାର ଟା ଆଉ କେନ୍ତା କରି ସେ ଜାଗା କେ ଆସଲା ସେଟା ଅସ୍ପଷ୍ଟ ରହିଛେ ।

ଆର୍ ଗୁଟେ ଆଡ଼େ ଗଲା ଗଲା ୨ ତାରିଖ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା କଦୋପାନି ଗାଁ ରେ ୧୧ ବର୍ଷୀୟ ନାବାଳକ ଘନଶ୍ୟାମ ବରିହା ନିଖୋଜ ହେବାର ଖବର ସାମ୍ନା କେ ଆସିଥିଲା । ପୋଲିସ ତଦନ୍ତ ପରେ ବି ନାଇ ମିଲିଥିଲା ନାବାଳକ ଙ୍କର ପତ୍ତା । ପରିବାର ଲୋକଙ୍କର ଅଭିଯୋଗ ଅନୁସାରେ ଜେନ ଜାଗା ରୁ ନାବାଳକ ନିଖୋଜ ହେଇଥିଲେ ତାର ୧୦୦ ମିଟର ଦୁରିଆ ରେ ପଡ଼ିଛେ ହାଡ଼,ଖପୁରୀ ଆର୍ ଡ୍ରେସ। ଜେନ ଥୀର ଲାଗି ସନ୍ଦେହ ବଢ଼ବାର ରେ ଲାଗିଛେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଟା କାହାର ଖପୁରୀ ଆର୍ ହାଡ଼ ସ୍ପଷ୍ଟ ନାଇ ହେଇଥିବାର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!