
ବରଗଡ଼;୦୬/୦୨(ମୋର୍ ସମିୟା) ବରଗଡ଼ ହାଟପଦା ସାଇ ମନ୍ଦିର ପାଖେ ହନାକଟା, ଜଣେ ମୃତ ତିନ ଗୁରୁତର । ଗଲା କାଲି ଦୁଇ ଗୋଷ୍ଠୀ ଭିତରେ ବଚସା ହେଇଥିଲା ଆର୍ ପରେ ଭୁଜାଲି ଆକ୍ରମଣ ରେ ଜଣେ ଙ୍କର ମୃତ୍ୟୁ ହେଇଥିଲା ଆର୍ ୩ ଜଣ ଗୁରୁତର ହେଇଥିଲେ । ମୃତକ କଲେଜ ରୋଡ ଅଞ୍ଚଳ ର ଦେବାଶିଷ ଲୁହା । ଅନ୍ୟ ତିନ ଗୁରୁତର କେ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାର ନୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛେ। ଗୋଷ୍ଠୀ ସଂଘର୍ଷ ର କାରଣ କାଣା ଅସ୍ପଷ୍ଟ ରହିଛେ । ଘଟଣା ସ୍ଥଳରେ ରେ ବରଗଡ଼ ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ମୁଲ କରିଛେ । ସନ୍ଧ୍ୟା ସମିୟା ରେ ଟାଉନ୍ ଭିତରେ ଏନ୍ତା ହନାକଟା ଦେଖି ବରଗଡ଼ ଲୋକେ ତ୍ରିବ୍ର ଅସନ୍ତୋଷ ପ୍ରକାଶ କରିଛନ । ବରଗଡ଼ ଅଞ୍ଚଳ ରେ ଦିନୁ ଦିନକେ ବେଧଡକ ନିଶା କାରବାର ବଢ଼ି ଚାଲବାର ନୁ ଇ ପ୍ରକାର ପରିସ୍ଥିତି ସୃଷ୍ଟି ହେଉଛେ କହୁଛନ ବରଗଡ଼ ଅଞ୍ଚଳ ର ଲୋକେ ।




