ବ୍ୟାଙ୍କ ଅଫ୍ ବରୋଦା ଝଙ୍କରପାଲି ଶାଖାର ୧୧୯ତମ ପ୍ରତିଷ୍ଠା ଦିବସ ପାଳିତ, ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ମୋର୍ ସମିୟା ପ୍ରତିଷ୍ଠାତା ଶ୍ରୀ ନିବେଶ ପାଣିଗ୍ରାହି।

ବଲାଙ୍ଗିର;୨୧/୦୭(ମୋର୍ ସମିୟା) ବ୍ୟାଙ୍କ ଅଫ୍ ବରୋଦା ଝଙ୍କରପାଲି ଶାଖାର ୧୧୯ତମ ପ୍ରତିଷ୍ଠା ଦିବସ ପାଳିତ ।ଝଙ୍କରପାଲି (ବଲାଙ୍ଗୀର), ୨୦ ଜୁଲାଇ ୨୦୨୬:ବଲାଙ୍ଗୀର ଜିଲ୍ଲା ଝଙ୍କରପାଲି ସ୍ଥିତ ବ୍ୟାଙ୍କ ଅଫ୍ ବରୋଦା (Bank of Baroda) ଶାଖା ପରିସରରେ ବ୍ୟାଙ୍କର ୧୧୯ତମ ପ୍ରତିଷ୍ଠା ଦିବସ ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ବ୍ୟାଙ୍କର ମୂଳ ମନ୍ତ୍ର ‘Leading with Trust’ (ବିଶ୍ୱାସର ସହ ଅଗ୍ରସର) କୁ ଆଧାର କରି ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝଙ୍କରପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବୃନ୍ଦାବତୀ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ‘ମୋର ସମିୟା’ ର ପ୍ରତିଷ୍ଠାତା ଶ୍ରୀ ନିବେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ଅବସରରେ ଝଙ୍କରପାଲି ଶାଖାର ପ୍ରବନ୍ଧକ ଶ୍ରୀ ସୋନୁ ପ୍ରସାଦ ସାହୁ ମହାରାଜା ସୟାଜୀରାଓ ଗାଏକୱାଡ୍ (ତୃତୀୟ)ଙ୍କ ଦ୍ୱାରା ୧୯୦୮ ମସିହା ଜୁଲାଇ ୨୦ ତାରିଖରେ ସ୍ଥାପିତ ଏହି ବ୍ୟାଙ୍କର ୧୧୯ ବର୍ଷର ଗୌରବମୟ ସଫଳ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଝଙ୍କରପାଲି ଅଞ୍ଚଳର ଗ୍ରାହକମାନଙ୍କ ସେବା, ଆଧୁନିକ ଡିଜିଟାଲ୍ ସୁବିଧା ଏବଂ ସେମାନଙ୍କ ଅତୁଟ ବିଶ୍ୱାସ ବ୍ୟାଙ୍କକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।ଅତିଥିଦ୍ୱୟ, ଶାଖା ପରିଚାଳକ ଶ୍ରୀ ସାହୁ ଏବଂ ସମସ୍ତ କର୍ମଚାରୀ ଗ୍ରାହକମାନଙ୍କ ଗହଣରେ ଏକ ଭବ୍ୟ କେକ୍ କାଟି ଉତ୍ସବ ପାଳନ କରିଥିଲେ। ଶାଖାକୁ ଆସିଥିବା ସମସ୍ତ ଗ୍ରାହକମାନଙ୍କୁ ସ୍ୱାଗତ କରାଯିବା ସହ ମିଠା ବଣ୍ଟନ କରାଯାଇଥିଲା। ଉତ୍ସବ ଅବସରରେ ଡିଜିଟାଲ୍ ବ୍ୟାଙ୍କିଙ୍ଗର ପ୍ରସାର, ବ୍ୟାଙ୍କିଙ୍ଗ୍ ସୁରକ୍ଷା ଓ ସାଇବର ସଚେତନତା ଉପରେ କର୍ମଚାରୀମାନେ ଗ୍ରାହକମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଅଞ୍ଚଳବାସୀଙ୍କୁ ସର୍ବୋତ୍ତମ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବା ପାଇଁ ଶାଖା ପରିଚାଳକ ଓ ସମସ୍ତ ବ୍ୟାଙ୍କ କର୍ମଚାରୀ ଏହି ଅବସରରେ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ବ୍ୟବସାୟୀ, କୃଷକ ତଥା ଗ୍ରାହକମାନେ ଉପସ୍ଥିତ ରହି ବ୍ୟାଙ୍କ କର୍ମଚାରୀମାନଙ୍କୁ ଉତ୍ସାହକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।



