
ବରଗଡ଼;୨୫/୦୫(ମୋର୍ ସମିୟା) ବରଗଡ଼ ଗାନ୍ଧୀ ଛକ ରେ ପୋଲିସ ଗାଡ଼ି ନୁ ପୋଲିସ କେ ଘିଚିକରୀ ପୋଲିସ କେ ପିଟଲେ କିନ୍ନର । ବରଗଡ଼ ରେ ଜାଗା ଜାଗା ରେ ଟ୍ରାଫିକ ରେଡ୍ ଲାଇଟ ବ୍ୟବସ୍ଥା କରାଯାଇଛେ । ରେଡ୍ ଲାଇଟ୍ ପଡଲେ କିନ୍ନର ମାନେ ଆସି ଲୋକଙ୍କୁ ହଇରାଣ କରି ପଇସା ମାଗବାର ଅଭିଯୋଗ ସାମ୍ନା କେ ଆସିଥିଲା । ଯିଏ ପଇସା ନାଇଦେବା ତାହାକେ ଅଭଦ୍ର ଭାଷା ରେ ଗାଲି ଦେଉଥିବାର ଅଭିଯୋଗ କରିଥିଲେ ସାଧାରଣ ଲୋକେ । ଇ କଥା ଯାନବାର ପରେ ବରଗଡ଼ ପୋଲିସ୍ କିନ୍ନର ମାନକେ ଜାଇ କରି ମନା କରିଥିଲେ । ପୋଲିସ ମନା କରବାର ନୁ କିନ୍ନର ମାନେ ପୋଲିସ ଉପର କେ ଆକ୍ରମଣ କରିଥିଲେ । ବନେ ସମିୟା ଧରିକରୀ ରାସ୍ତା ଉପରେ ରଡ଼ାକିଲ୍ଲା ଦେଖବାର କେ ମିଲିଥିଲା । କିନ୍ନର ମାନେ ବାଡ଼ି ରେ ପୋଲିସ ଗାଡ଼ି ର କାଚ କେ ବି ଭାଙ୍ଗି ଦେଇଥିବାର ଜଣାପଡ଼ିଛେ । ଟ୍ରାଫିକ ଇନଚାର୍ଚ୍ଚ ମଙ୍ଗଲ କିସକୋ ଙ୍କର ହାତେ ଆଘାତ ହେଇଥିଲା । ତାଙ୍କର ଆଙ୍ଗଠି ରକତ ସରସର୍ ହେଇ ଜାଇଥିଲା । ଟ୍ରାଫିକ ଇନଚାର୍ଚ୍ଚ ମଙ୍ଗଲ କିସକୋ ଡାକ୍ତରଖାନା ରେ ଚିକିତ୍ସିତ ହେବାର ପରେ ବରଗଡ଼ ଟାଉନ୍ ଥାନା ରେ କିନ୍ନର ଙ୍କର ବିରୁଦ୍ଧରେ ଏତଲା ଦେଇଛନ୍ ।
ଘଟଣା ଯାନଲା ପରେ ବରଗଡ଼ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚିକରି ଦୁଇ ଜଣ କିନ୍ନର କେ ଉଠେଇ ଆନିକରି ପଚରାଉଚରା କରୁଛେ । ପୁରା ଘଟଣା ସିସିଟିଭି କ୍ୟାମେରା ରେ କଏଦ ହେଇଛେ ।