ବଡ଼ ଭାଇର୍ ଗୁଲି ରେ ସାନ୍ ଭାଏର୍ ଜୀବନ ଗଲା
ବେସାହାରା ହେଲେ ପରିବାର

କଳାହାଣ୍ଡି : ବଡ଼ ଭାଏ ର ବନ୍ଧୁକ ଗୁଲି ନେ ସାନ ଭାଇ ମଲା ।
ସୂଚନା ହିସାବେ ଗୁଟେ ବରସ ଆଗରୁ ଦୁଇ ଭାଇ ଭିତରେ କଥା କଟାକଟି ହେବାପରେ ସାନ ଭାଇ ଉତ୍ୟକ୍ତ ହୋଇ ଗୁଟେ ଠେଙ୍ଗାରେ ବଡ଼ ଭାଇ କେ ଆକ୍ରମଣ କରିଥିଲା। ଜେନ ଥିର ଲାଗି ତାଙ୍କର ହାତ୍ ଗୋଡ଼ ବନେ ଖଣ୍ଡିଆ ହେଇ ଥିଲା । ଧିରେ ଧିରେ ବଡ଼ ଭାଇର ଶରୀର ରେ ସୁଧାର ଆସବା ରେ ଲାଗଲା ପରେ ପ୍ରତିଶୋଧ ପରାୟଣ ହୋଇ କରି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୂଲି ଗଲା ରକ୍ତର୍ ସମ୍ପର୍କ କେ ଆରୁ ସାନ ଭାଇ କେ ଗୁଳି କରି ମାରି ଦେଇ ଥିବାର ସୁଚନା ମିଲିଛେ।
ଦାଦା ମାରିଦେଲା ଭାଇ କେ ରକ୍ତ ସମ୍ପର୍କ ରେ ଦାଗ୍
ଏନ୍ତା ଘଟଣା ଘଟିଛେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦେହେଡ଼ା ଗାଁ ରେ। ମରି ଯାଇଥିବାର ବ୍ୟକ୍ତି ହେଲେ ପୂର୍ଣ୍ଣ ମାଝି ଘରେ ଶୋଇଥିବା ବେଲକେ ବଡ଼ ଭାଇ କୃଷ୍ଣ ମାଝୀ ପୂର୍ଣ୍ଣ ଙ୍କର୍ ସ୍ତ୍ରୀ ଚୁମକି କୁ ପୂର୍ଣ୍ଣ କେନ ଅଛେ ବୋଲି ପଚରେଇଥିଲା ଚୁମକି କେଁ ଜେ ଖୁଜୁଛ ବୋଲି ପଚରାବାର ନୁ କହେଲା ଶିକାର କରି ଜିମୁ ବୋଲି ଆରୁ ଘର୍ ଭିତର କେ ପଶି ଗଲା ଫେର ପୁର୍ଣ୍ଣ କେ ଗୁଲି ମାରି ଦେଲା ସେ ଜାଗା ରେ ଏକା ପୁର୍ଣ୍ଣ ର ମୃତ୍ୟୁ ହେଇ ଥିଲା ଇ ଘଟନା କେ ନେଇ ମୃତକ ପୂର୍ଣ୍ଣ ଙ୍କର ସ୍ତ୍ରୀ ଚୁମକି ମାଝୀ ବିଶ୍ୱନାଥପୁର ଥାନାର ଦ୍ୱାରସ୍ତ ହେଲା ପରେ କେସିଙ୍ଗା ଏସଡିପିଓ ଅଜୟ ଦାସ,ସାଇଣ୍ଟିଫିକ ଟିମ ମନୋଜ କୁମାର ମାଝୀ,ବିଶ୍ୱନାଥପୁର ଆଇଆଇସି ମମତା ହେମ୍ବ୍ରମ,ଏ ଏସଆଇ ବୁଧେରାମ ମାଝୀ, ବୁଧେଶ୍ୟାମ ମାଝୀଙ୍କସମେତ କେ. ନାଇନ୍ନ ସ୍କୁୱାର୍ଡ ପ୍ରମୁଖ ଘଟଣା ସ୍ଥଳ କେ ପହଞ୍ଚି କରି ମୃତଦେହ ଜବତ କରବାର୍ ସାଙ୍ଗେ ଅଭିଯୁକ୍ତ କେ ଗିରଫ କରି କେସ ନଂ ୯/୮,୨୦୨୫,ଅଣ୍ଡର ସେକ୍ସନ ୧୦୩ ବି.ଏନ୍.ଏସ୍.ଆର.ଡବ୍ଲୁ ସେକ୍ସନ ୨୫,୨୭ ଆର୍ମଏଫ୍. ଆକ୍ଟରେ ଗୁଟେ ମାମଲା ରୁଜୁ କରି ପଚରା ଉଚୁରା କରୁଥିବାର୍ ଆଜି ଶନିବାର ବେଲବୁଡ଼ା ପାଞ୍ଚ ବଜେ ବିଶ୍ଵନାଥପୁର ପୋଲିସ ତରଫ ରୁ ସୁଚନା ମିଳିଛେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବାର୍ ଜନାପଡିଛେ। ଇତାକେ ନେଇ କରି ହତ୍ୟାକାରୀ କେ ରବିବାର ଦିନ ବିଶ୍ୱନାଥପୁର ପୋଲିସ କୋର୍ଟ ଚାଲାଣ କରିଥିବାର୍ ଜନାପଡ଼ିଛେ।